‘ପୃଥ୍ୱିରାଜ’ଠାରୁ ବଡ ଡେବ୍ୟୁ ମୋର ହୋଇ ପାରି ନ ଥାଆନ୍ତା: ମାନୁଷି

ମୁମ୍ବାଇ: ୟଶରାଜ ଫିଲ୍ମସର ପ୍ରଥମ ଐତିହାସିକ ମହାକାବ୍ୟ ଆକ୍ସନ ଡ୍ରାମା ଫିଲ୍ମ ‘ପୃଥ୍ୱିରାଜ’ର ଟିଜର ଗୋଟିଏ ଦିନ ପୂର୍ବରୁ ରିଲିଜ କରାଯାଇଛି । ଏହି ଟିଜର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ରାଜା ପୃଥ୍ୱିରାଜ ଚୌହାନଙ୍କ ଜୀବନି ଉପରେ ଆଧାରିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର । ସେ ପୃଥ୍ୱିରାଜ ଭୂମିକାରେ ଅଭିନୟ କରିଥିବା ବେଳେ ୨୦୧୭ର ମିସ୍ ୱାର୍ଲଡ ମାନୁଷି ଚିଲ୍ଲର ରାଜକୁମାରୀ ସଂୟୋଗୀତା ଭୂମିକାରେ ନଜର ଆସିଛନ୍ତି । ଅଭିନେତ୍ରୀ ତାଙ୍କ ଡେବ୍ୟୁ ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ମାନୁଷି କହିଛନ୍ତି ‘ପୃଥ୍ୱିରାଜ’ଠାରୁ ତାଙ୍କୁ ବଡ ଡେବ୍ୟୁ ହୁଏତ ମିଳି ନ ଥାଆନ୍ତା । ଏଥିରେ ସେ ୟଶରାଜ ଫିଲ୍ମକୁ ଧନ୍ୟବାଦ ଦେବା ସହ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ସେ ଯେ ଗୋଟିଏ ଐତିହାସିକ କ୍ୟାରେକ୍ଟରରେ ଅଭିନୟ କରିପାରିବେ ଏହା ନିର୍ଦ୍ଦେଶକଙ୍କୁ ଠିକ୍ ଲାଗିଲା ତାହା ତାଙ୍କ ପାଇଁ ବଡ ଉପହାର ବୋଲି ମାନୁଷି କହିଛନ୍ତି । ତେବେ ଏହି ଚରିତ୍ର ପାଇଁ ସେ ତାଙ୍କର ସମସ୍ତ ପରିଶ୍ରମ ଲଗାଇ ଦେଇଥିବା ପ୍ରକାଶ କରିଛନ୍ତି । ତାଙ୍କର ଏହି ଅଭିନୟ ତାଙ୍କ ପରିବାରକୁ ଗୌରାବାନ୍ୱିତ କରିବ ବୋଲି ମାନୁଷି ଆଶା ରଖିଛନ୍ତି । ମାନୁଷି ଆଶା ରଖିଛନ୍ତି ଯେ ପୃଥ୍ୱିରାଜ ଦର୍ଶକଙ୍କୁ ପ୍ରତିଷ୍ଠିତ ପ୍ରେମ, ମହାନ ବୀରତା, ଓ ଅଦମ୍ୟ ସାହସର କାହାଣୀ କହିବା ସହ ମନୋରଞ୍ଜନ ବି ଦେବ । ଦର୍ଶକଙ୍କୁ ତାଙ୍କ ଅଭିନୟ ପସନ୍ଦ ଆସିବ ବୋଲି ମଧ୍ୟ ସେ ଆଶା କରିଛନ୍ତି । ସୂଚନାଯୋଗ୍ୟ, ୨୦୨୨, ଜାନୁୟାର ୨୧ରେ ଏହା ପରଦାକୁ ଆସିବ ।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଟିରୁ ରିଜେକ୍ଟ ହେଲେ ଶିବାଙ୍ଗି

ମୁମ୍ବାଇ: ‘ୟେ ରିସ୍ତା କ୍ୟା କେହେଲାତା’ ଫେମ ଆକ୍ଟ୍ରେସ ଶିବାଙ୍ଗି ଯୋଶୀ ବେଶ ପରିଚିତ ଅଭିନେତ୍ରୀ । ଅଭିନେତ୍ରୀ ଶୋ’ରେ ନାୟରା ଭୂମିକାରେ ନଜର ଆସିଛନ୍ତି...

ବଲିଉଉଡ୍‌ର ଏହି ସବୁ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ଅକ୍ଷୟ କୁମାର: ସ୍ତ୍ରୀଙ୍କ ଥିଲା କଡ଼ା ନଜର

ସେପ୍ଟେମ୍ବର ୯ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର। କୌଣସି ଗଡ୍‌ଫାଦର ନଥାଇ ଅକ୍ଷୟ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିଥିଲେ।...

ଜୟାଙ୍କ ସହ ଲଣ୍ଡନ ଯିବା ପୂର୍ବରୁ ଅମିତାଭଙ୍କ ପାଖରେ ଏମିତି ସର୍ତ୍ତ ରଖିଥିଲେ ବାପା: ପୂରା ଘଟଣା ଜାଣିଲେ…

ମହାନାୟକ ଅମିତାଭ ବଚ୍ଚନ ଅଭିନୟ ସାଙ୍ଗକୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥାନ୍ତି। ଏବେ ବି ରେଖାଙ୍କ ସହ ତାଙ୍କ ସମ୍ପର୍କ ଏବଂ...

‘ସୂର୍ଯ୍ୟବଂଶୀ’ ଶୁଟିଂରେ ବ୍ୟସ୍ତ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାର ବର୍ତ୍ତମାନ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ‘ସୂର୍ଯ୍ୟବଂଶୀ’ର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। ସେ ନିଜେ ସେଠାରେ ଷ୍ଟଣ୍ଟ୍‌ ଶୋ...

ପ୍ରିୟଙ୍କାଙ୍କ ମନ ଆଉ ଘରେ ଲାଗୁନି

ମୁମ୍ବାଇ: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଲକ୍‌ଡାଉନ୍‌ ଯୋଗୁ ଘରେ ଅଛନ୍ତି।...

ଧନୀ ମନ୍ଦିରଗୁଡ଼ିକ ସୁନା ଦାନ କରନ୍ତୁ କହି ଟ୍ରୋଲ୍‌ ହେଲେ ଫିଲ୍ମନିର୍ମାତା

ବମ୍ବେ: ସାରା ବିଶ୍ୱ ଏବେ କରୋନା କବଳରେ। ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ...

ଅରବାଜ କିଣିଲେ ନୂଆ ଘର, ଲୁଲିଆଙ୍କ ସହ ପହଞ୍ଚିଲେ ସଲମାନ

ବଲିଉଡ ଅଭିନେତା ତଥା ସଲମାନଙ୍କ ଭାଇ ଅରବାଜ ଖାନ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି। ନିକଟରେ ନୂଆ ଘରେ ସେ ଏକ ପାର୍ଟିର ଆୟୋଜନ...

ଗରିବଙ୍କ ପାଇଁ ଭଗବାନ ସାଜିଥିବା ସୋନୁ ସୁଦଙ୍କ ବିଷୟରେ ଜାଣନ୍ତି କି

ସୋନୁ ସୁଦ, ଏହି ନାମଟି ଏବେ ସାରା ଦେଶରେ ଏକ ପରିଚିତ ନାମ। ଯଦିଓ ରିଲ୍‌ ଲାଇଫରେ ସେ କାହା ପାଇଁ ଭିଲିଆନ୍‌ ହୋଇପାରନ୍ତି କିନ୍ତୁ...

Advertisement
Archives

Model This Week