ସ୍ବହସ୍ତେ ଜିହ୍ବା ଛେଦନ

ଇତ୍ୟବସରରେ ବହୁ ବର୍ଷ ବିତିଗଲାଣି। ଆମେ ପାର୍ବତୀ ବିଷୟରେ ଜାଣି ନାହୁଁ। ସେ କେଉଁ ଅବସ୍ଥାରେ ଏବେ ଅଛି, ତା’ ଜୀବନରେ ଆଉ କ’ଣ ଘଟିଛି, ତାହା ଜାଣିବା ପାଇଁ ମୁଁ ଆଗ୍ରହୀ ନୁହେଁ। କିନ୍ତୁ ଦେବଦାସ ପାଇଁ ମୋ ହୃଦୟ ଫାଟି ଯାଉଛି। ଯିଏ ଏହି ଉପନ୍ୟାସଟି ପଢ଼ିବ, ସେ ମୋ ପରି ଯନ୍ତ୍ରଣାଦଗ୍ଧ ହେବ। ତୁମେ ଯଦି କେବେ ଜାଣିବ ଯେ, ଏପରି ଜଣେ ଦୁର୍ଭାଗା ବ୍ୟକ୍ତି ଅଛି, ଯିଏ କି ଦେବଦାସ ପରି ଅପରିଣାମଦର୍ଶୀ, ଏକଜିଦିଆ, ଅନିୟନ୍ତ୍ରିତ ଓ ପାପୀ, ତେବେ ଈଶ୍ୱରଙ୍କୁ ପ୍ରାର୍ଥନା କର ଯେ, ଯେପରି କି ତା’ର ଯାହା ହେଉ ନା କାହିଁକି, ଅନ୍ତତଃ ଦେବଦାସ ପରି ତା’ର ମୃତ୍ୟୁ ନ ହେଉ। ମରଣ ତ ଅନିବାର୍ଯ୍ୟ। କିନ୍ତୁ ଶେଷ ନିଃଶ୍ୱାସ ବେଳକୁ ତା’ ମୁଣ୍ଡ ଉପରେ କେହି ଆଦରର ସହ କୋମଳତାରେ କର ସଞ୍ଚାଳନ କରୁ, ଯଦ୍ଦ୍ବାରା ସେ ସମ୍ମୁଖରେ ଲୁହ ଗଡ଼ାଉଥିବା ଜଣେ ଦୟାର୍ଦ୍ର ବ୍ୟକ୍ତିକୁ ଦେଖି ଶାନ୍ତିରେ ମରଣ ଲଭିବି।“
ଏହା ହେଉଛି ଶରତ ଚନ୍ଦ୍ରଙ୍କ ପ୍ରସିଦ୍ଧ ରୋମାଣ୍ଟିକ ଉପନ୍ୟାସିକା ‘ଦେବଦାସ’ର ଶେଷ ଅନୁଚ୍ଛେଦ। ଏହି ବହିରେ ତିନୋଟି ମୁଖ୍ୟ ଚରିତ୍ର ହେଉଛି ପାରୋ (ପାର୍ବତୀ ଚକ୍ରବର୍ତ୍ତୀ ଚନ୍ଦ୍ରମୁଖୀ ଓ ନାୟକ ଦେବଦାସ ମୁଖାର୍ଜୀ)। ପାରୋ ଓ ଦେବଦାସ ବାଲ୍ୟକାଳରୁ ପରସ୍ପର ସହ ନିବିଡ଼ ଭାବେ ସଂପୃକ୍ତ। ବଡ଼ ହେବା ପରେ ସେମାନେ ବିବାହ କରିବାକୁ ଅତ୍ୟନ୍ତ ଆଗ୍ରହୀ ଥିଲେ। କିନ୍ତୁ ଉଭୟ ପରିବାରର ସାମାଜିକ ସ୍ଥିତି ମଧ୍ୟରେ ଏତେ ପାର୍ଥକ୍ୟ ଥିଲା ଯେ, ଏହା ଘଟିଲା ନାହିଁ। ପାରୋ ଘଟଣା ଚକ୍ରରେ ଗୋଟିଏ ଧନୀ ସନ୍ତାନ ଥିବା ବିପନତ୍ୀକ ବୟସ୍କ ଜମିଦାରକୁ ବିବାହ କଲା। ଦେବଦାସ ବିଫଳ ମନୋରଥରୁ ନିରାଶ ଓ ଦୁଃଖ-ଜର୍ଜରିତ ହୋଇ ମଦିରା ଏବଂ ବେଶ୍ୟାଳୟର ଆଶ୍ରୟ ନେଲା, ଅସହନୀୟ ମାନସିକ ବେଦନାରୁ ନିସ୍ତାର ପାଇଁ। ଏହି ସ୍ଥିତିରେ ଚନ୍ଦ୍ରମୁଖୀ ନାମ୍ନୀ ଗୋଟିଏ ହିତକାରିଣୀ, ସମ୍ବେଦନଶୀଳ ବେଶ୍ୟା ତା’ ଜୀବନରେ ପ୍ରବେଶ କଲା ଏବଂ କୁପଥରୁ ତାକୁ ରକ୍ଷା କରିବାକୁ ପନତ୍ୀ ଭାବେ ଗ୍ରହଣ କରିବା ପାଇଁ ନିବେଦନ କଲା। ତେବେ ଏହି ପ୍ରସ୍ତାବ ଦେବଦାସ ପ୍ରତ୍ୟାଖ୍ୟାନ କଲା ପାରୋକୁ ତଥାପି ଭଲ ପାଉଥିବା ଯୋଗୁ। ପରିଶେଷରେ ସାଂଘାତିକ ଭାବେ ରୋଗାକ୍ରାନ୍ତ ହେବାରୁ ମରିବା ଆଗରୁ ପୂର୍ବ ପ୍ରତିଜ୍ଞା ଗୁଣବାନ ପାରୋକୁ ଦେଖିବ ବୋଲି ପାରୋର ଶ୍ୱଶୁର ଘର ଗାଁକୁ ବାହାରିଲା ଏବଂ ପାରୋର ଘର ପାଖରେ ପହଞ୍ଚତ୍ଲେ ସୁଦ୍ଧା ତାକୁ ଦେଖି ନ ପାରି ମୃତ୍ୟୁବରଣ କଲା। ଏପରି କି ପାରୋର ବ୍ୟାକୁଳ ଆଗ୍ରହ ସତ୍ତ୍ୱେ ଦେବଦାସକୁ ଶେଷ ଥର ଦେଖିବା ପାଇଁ ତା’ର ଶ୍ୱଶୁର ପକ୍ଷ କୌଣସି ସୁଯୋଗ ପାରୋକୁ ଦେଇ ନ ଥିଲେ। ସେହି ଅତିଶୟ ଥଣ୍ଡା ପାଗରେ ତା’ର ପରିତ୍ୟକ୍ତ ଶବ ଦୟନୀୟ ଭାବେ ରହିଥିଲା। ଏଣୁ ସମସ୍ତଙ୍କ ଘୃଣାର ପାତ୍ର ହୋଇ ମରିବା ଥିଲା ତା’ କପାଳ ଲିଖନ।
ଏହି ଜନପ୍ରିୟ ଉପନ୍ୟାସର ବୈଶିଷ୍ଟ୍ୟତା ହେଉଛି: ତ୍ରିକୋଣ ପ୍ରେମ, ପ୍ରେମରେ ବ୍ୟର୍ଥତା, ମଦିରା, ବେଶ୍ୟାଳୟରେ ଆଶ୍ରୟ ଓ ଅନ୍ତରେ ଅପବାଦିତ, ଶୋଚନୀୟ ମରଣ। ଏହା ଏକ ଢାଞ୍ଚା, ଯାହାକୁ ଅପରିବର୍ତ୍ତିତ ରଖି ବିଭିନ୍ନ ସ୍ରଷ୍ଟା ସ୍ବକୀୟ ବିବରଣୀ ଦ୍ୱାରା ନୂତନ ସଂସ୍କରଣମାନ ସୃଷ୍ଟି କରିଛନ୍ତି। ଏହି ଉପନ୍ୟାସିକାରେ ପାରୋ ଲୋକପ୍ରିୟତା ସମ୍ପର୍କରେ ଧାରଣା ଜନ୍ମେ ଏବଂ ଏହାର ବିଭିନ୍ନ ଭାଷାରେ ଅନୁବାଦିତ ହୋଇ ମୁଦ୍ରିତ ହୋଇଛି ଏବଂ ଭାରତ ବାହାରେ ମଧ୍ୟ ଆଦର ରହିଛି। ଯେମିତି ୨୦୧୮ରେ ଚେକ୍‌ ଭାଷାରେ ଅନୁବାଦ।
ଏହି ବହିଟି ସମ୍ପର୍କରେ କିଛି ତଥ୍ୟ ଉପସ୍ଥାପନ କରାଯାଇପାରେ। ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ୧୯୦୧ରେ ‘ଦେବଦାସ’ ରଚନା କରିଥିଲେ। କିନ୍ତୁ ଏହାକୁ ତୁରନ୍ତ ପ୍ରକାଶ କରି ନ ଥିଲେ। ପରେ ପରେ ୧୯୦୩ରେ ତାଙ୍କର ପ୍ରଥମ ଉପନ୍ୟାସ ‘ମନ୍ଦିର’ ମୁକ୍ତିଲାଭ କଲା। ଏହି ବହିଟି ସେ ନିଜ ନାମରେ ନ ଲେଖି ତାଙ୍କ ମାମୁ ସୁରେନ୍ଦ୍ର ନାଥ ଗାଙ୍ଗୁଲିଙ୍କ ନାମରେ ପ୍ରକାଶ କରିଥିଲେ। ପ୍ରଶ୍ନ ଉଠିପାରେ ଦେବଦାସ କ୍ଷେତ୍ରରେ ଏମିତି ବ୍ୟତିକ୍ରମ କାହିଁକି ଦେଖାହେଲା? ତେବେ ଏହି ବିଳମ୍ବ ସମ୍ପର୍କରେ ଔପନ୍ୟାସିକଙ୍କ ଟିପ୍ପଣୀ ହେଉଛି ଯେ, ସେ ସେତେବେଳକୁ ଅପରିପକ୍ୱ ଥିଲେ। ପୁଣି ସେଥିରେ ସନ୍ନିବେଶିତ ଚରିତ୍ରମାନ, ବିଶେଷ ଭାବେ ଦେବଦାସ, ଅତ୍ୟଧିକ ଆବେଗର ବଶବର୍ତ୍ତୀ ହୋଇଥିବାରୁ ସେ ବହିଟି ଅଟକାଇ ରଖିଲେ। ସେ ଆଶଙ୍କା କରୁଥିଲେ ଯେ, ଏମିତି ଏକ ଅଭାବନୀୟ ପ୍ରତିକ୍ରିୟା ପାଠକମହଲରେ ଜାତ ହେବ, ଯେଉଁଥିପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିବ।
ବିଡ଼ମ୍ବନାର ବିଷୟ , ସେ ଯେଉଁ ‘ଦେବଦାସ’ ପୁସ୍ତକଟି ବଜାରରେ ଉପଲବ୍ଧ ହେବାକୁ ପଛଘୁଞ୍ଚା ଦେଇଥିଲେ, ପାଠକ ମହଲରେ ତାହା ଆଦୃତି ପାଇଲା। ‘ଭାରତବର୍ଷ’ ପତ୍ରିକାର ପ୍ରକାଶକ ଏବଂ ଶରତ ଚନ୍ଦ୍ରଙ୍କ ସାଙ୍ଗ ପ୍ରମଥନାଥ ଭଟ୍ଟ ପାଣ୍ଡୁଲିପିଟି ପଢ଼ିବା ପରେ ଶରତ ଚନ୍ଦ୍ରଙ୍କୁ ତାଙ୍କ ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ କରିବା ସକାଶେ ପ୍ରବର୍ତ୍ତାଇଲେ। ଫଳରେ ୧୯୧୬ ମାର୍ଚ୍ଚ ଓ ଏପ୍ରିଲ୍‌ ମାସରେ ଏହା ପାଠକ ମହଲରେ ପ୍ରବେଶ କଲା। ଏହାର ପ୍ରଭୃତ ଜନପ୍ରିୟତା ଅପ୍ରତ୍ୟାଶିତ ଓ ଆଶ୍ଚର୍ଯ୍ୟଜନକ ଥିଲା। ତା’ ପରବର୍ଷ ଏହା ବହି ଆକାରେ ମୁଦ୍ରିତ ହେଲା।
‘ଦେବଦାସ’ରେ ଗୋଟିଏ ଚରିତ୍ର ହେଉଛି ‘ପାରୋ’ (ପାର୍ବତୀ)। ସେ ହାଟିପୋତା ଗ୍ରାମର ଜମିଦାର ଭୁବନ ମୋହନ ଚୌଧୁରୀଙ୍କ ଦ୍ୱିତୀୟ ପନତ୍ୀ, ଯାହାଙ୍କର ପ୍ରଥମ ପନତ୍ୀଠାରୁ ଜନ୍ମିତ ତିନୋଟି ସନ୍ତାନ ଥିଲେ। କଥିତ ଅଛି ଯେ, ଶରତ ଚନ୍ଦ୍ରଙ୍କ ଉପନ୍ୟାସ ପାଇଁ ଖୋରାକ ଯୋଗାଇଥିଲା ଉକ୍ତ ବିବାହିତା ପାରୋ। ଏଥିପାଇଁ ସେ ବହୁବାର ସେଇ ଗ୍ରାମକୁ ଯାଇଥିଲେ। କିନ୍ତୁ ବାସ୍ତବତା ସହ କେବଳ ଏହି ଘଟଣାଟି ସୀମିତ ନ ଥିଲା। ହରିୟାଣାରୁ ପ୍ରଥମ ସାହିତ୍ୟ ଏକାଡେମି ପୁରସ୍କାର ବିଜେତା ବିଷ୍ଣୁ ପ୍ରଭାକର ‘ଆୱାରା ମସୀହା’ ନାମକ ଗୋଟିଏ ପୁସ୍ତକ ଶରତ ଚନ୍ଦ୍ରଙ୍କ ଜୀବନୀ ସମ୍ପର୍କରେ ଲେଖିଛନ୍ତି। ଏଥିପାଇଁ ସେ ବଙ୍ଗଳା, ବିହାର, ବର୍ମା, ମଧ୍ୟପ୍ରଦେଶର ଜବଲପୁରକୁ ଉଣିଶ ବର୍ଷ ଧରି ଯାତ୍ରା କରିଥିଲେ ତଥ୍ୟ ସଂଗ୍ରହ କରିବାକୁ। ତାଙ୍କ ଅନୁସନ୍ଧାନ ଅନୁସାରେ ଶରତ ଚନ୍ଦ୍ରଙ୍କ କୈଶୋର ଓ ଆଦ୍ୟ ଯୌବନ ଭାଗଲପୁରରେ କଟିଥିଲା। ସେତେବେଳେ ଧୀରୁ ନାମ୍ନୀ ତାଙ୍କର ଗୋଟିଏ ବାଳିକା-ବନ୍ଧୁ ଥିଲା, ଯାହା ଉପନ୍ୟାସରେ ପାରୋ ଭାବେ ବର୍ଣ୍ଣିତ। ତା’ ପ୍ରତି ତାଙ୍କର ଆକର୍ଷଣ ମାତ୍ରାତିରିକ୍ତ ଥିଲା। ତାକୁ ଦେଖିବା ପାଇଁ ତା’ ଶ୍ୱଶୁର ଘର ଗାଁକୁ ଯାଇ ଦୀର୍ଘ ସମୟ ଅପେକ୍ଷା କରୁଥିଲେ। ଭାଗଲପୁର ଜିଲା (ସଂପ୍ରତି)ର ଜୋଗସର ଜନପଦରେ ରହୁଥିବା କାଳୀଦାସୀ ଉପନ୍ୟାସରେ ଚନ୍ଦ୍ରମୁଖୀ ଭାବେ ଅବତୀର୍ଣ୍ଣ ହୋଇଛି। ପ୍ରକାଶଥାଉ କି, ଆଠ ବର୍ଷ ବୟସରେ ଶରତ ଚନ୍ଦ୍ର ଭାଗଲପୁରସ୍ଥିତ ମାମୁ ଘରକୁ ଆସି ସେଠାରେ ଦୀର୍ଘ ପଚିଶ ବର୍ଷ କଟାଇଥିଲେ।
ଏହି ଦୃଷ୍ଟିରୁ ‘ଦେବଦାସ’ ସମ୍ପୂର୍ଣ୍ଣ ଭାବେ ଆମତ୍ଜୀବନୀମୂଳକ ଉପନ୍ୟାସ ନ ହେଲେ ସୁଦ୍ଧା, ଏହା ଅର୍ଦ୍ଧ-ଆମତ୍ଜୀବନୀ ସମ୍ବଳିତ ବୋଲି କୁହାଯାଇ ପାରିବ। ଏହି ଧାରାରେ ଅବଶ୍ୟ ଅନେକ ବିଶ୍ୱପ୍ରସିଦ୍ଧ କାହାଣୀ ରଚିତ ହୋଇଛି। ଏଥିରେ ବାସ୍ତବ ଜୀବନର ନାମଗୁଡ଼ିକୁ ପରିବର୍ତ୍ତନ କରି, କିଛି ଘଟଣାକୁ କଳ୍ପନା ମାଧ୍ୟମରେ ରଙ୍ଗିନ ଓ ବଳିଷ୍ଠ କରି ଉପସ୍ଥାପନ କରାଯାଇଥାଏ।
ତେବେ ଏମିତି କ୍ଷେତ୍ରରେ ଯେଉଁମାନେ ଲେଖନୀ ଚାଳନା କରନ୍ତି, ସେମାନେ ତ ଉପନ୍ୟାସଟିଏ ଜନସମାଜକୁ ଭେଟି ଦେଇଥାନ୍ତି। କିନ୍ତୁ ତତ୍‌ ସହ ନିଜ ଅଜ୍ଞାତସାରରେ ସୃଷ୍ଟି କରିଥାନ୍ତି ପ୍ରକୃତ ଜୀବନରୁ ସମ୍ଭୂତ ଗୋଟିଏ ଭସ୍ମାସୁର। ଯେତେ ଲୁଚାଇଲେ ମଧ୍ୟ ଗୋଡ଼ ଦି’ଟା ଲୁଚି ନ ଥାଏ। ଏହାର ଝଲକ ଲୋକେ ଦେଖିପାରନ୍ତି।
ପୁରାଣରେ ଶିବ ନିଜ ବର ଦ୍ୱାରା ଯେଉଁ ଭସ୍ମାସୁର ସୃଷ୍ଟି କଲେ, ସେ ତାଙ୍କୁ ଭସ୍ମ କରିବାକୁ ଗୋଡ଼ାଇ ଥିଲା ଓ ଶିବ ଧାଇଁ ଧାଇଁ ପ୍ରାଣରକ୍ଷା ପାଇଁ ଅଣନିଃଶ୍ୱାସୀ ହୋଇଯାଇଥିଲେ। କିନ୍ତୁ ଲେଖକଙ୍କ ଦ୍ୱାରା ସମ୍ଭୂତ ଭସ୍ମାସୁରଟି କେବଳ ପଛପଟୁ ଗୋଡ଼ାଇବ ବୋଲି ନିଶ୍ଚିତ ନୁହେଁ, ସେ ଯେଉଁ କୌଣସି ପଟରୁ, ଏପରି କି ଅଦୃଶ୍ୟ ବାୟୁମଣ୍ଡଳରୁ, ଅତର୍କିତ ଭାବେ ଲେଖକ ସାମନାରେ ଆବିର୍ଭୂତ ହୋଇ ତା’ ମନରେ ଭୟ ଜାତ କରେ। ହୁଏତ ବିଚରା ଲେଖକଟି ପଳାୟନ ପରି କର୍ମରେ ଲିପ୍ତ ହୋଇ ନ ଥାଏ, ତା’ ଶରୀର ଅବଶ ହୋଇ ନ ପାରେ। କିନ୍ତୁ ଘର ଭିତରେ ବସି ରହିଥିଲେ ମଧ୍ୟ ତା’ର ହୃତ୍‌ସ୍ପନ୍ଦନ ତୀବ୍ର ହୁଏ। ସେ ସେତେବେଳେ ଅନୁଶୋଚନା କରେ; ମୁଁ କାହିଁକି ଗୋଟିଏ ଆମତ୍-ଜୀବନୀମୂଳକ ଉପନ୍ୟାସ ଲେଖିଲି।

ଡ. ନିଖିଳାନନ୍ଦ ପାଣିଗ୍ରାହୀ
ବଡ଼ଖେମୁଣ୍ଡି ବଙ୍ଗଳା, ଉତ୍କଳ ଆଶ୍ରମ ମାର୍ଗ
ବ୍ରହ୍ମପୁର, ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri