Categories: ଜାତୀୟ

ବଢୁଥିବା ସଂକ୍ରମଣକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୨୩।୬: ଦେଶରେ ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଏବେ ଦୈନିକ ସଂକ୍ରମଣ ୧୨ ହଜାର ଉପରେ ରହୁଛି। ବଢୁଥିବା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଗୁରୁବାର ଉଚ୍ଚସ୍ତରୀୟ ବୈଠକ କରିବେ। ଅପରାହ୍ନରେ ଏକ ବିଶେଷଜ୍ଞ ଦଳ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି।
ଏହା ପୂର୍ବରୁ ଜୁନ ୧୩ରେ ସ୍ବାସ୍ଥ୍ୟ ମନ୍ତ୍ରୀ ସଂକ୍ରମଣ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ। କେତେକ ରାଜ୍ୟରେ ଏବେ ବି ସଂକ୍ରମଣ କମିନାହିଁ, ଏଥିପାଇଁ କୋଭିଡ କଟକଣା ଓ ମାସ୍କ ପିନ୍ଧିବା ଜରୁରୀ ବୋଲି ରାଜ୍ୟ ଗୁଡିକୁ ପରାମର୍ଶ ଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ।

Share