ମାନସୀ ବଞ୍ଚାଇଲେ ୬ ହଜାର ଶ୍ରମିକଙ୍କ ଜୀବନ

ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନା କଟକଣାରେ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ଲାଗି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ହେଲେ ମାଲିକ ଓ ଠିକାଦାରଙ୍କ ନିକଟରେ ଏବେ ବି ହଜାର ହଜାର ଦାଦନ ବନ୍ଧା ପଡ଼ିଛନ୍ତି। ଓଡ଼ିଶାର ଜଣେ ଆଦିବାସୀ ଯୁବତୀଙ୍କ ସାହସ ଓ ଉପସ୍ଥିତ ବୁଦ୍ଧି ପାଇଁ ତାମିଲନାଡ଼ୁର ବିଭିନ୍ନ ଇଟାଭାଟିରେ ନାନା ନିର୍ଯାତନାର ଶିକାର ୬ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ନିଜ ଭିଟାମାଟିକୁ ଫେରି ଜୀବନ ବଞ୍ଚାଇଥିବା ଜଣାପଡିଛି। ଏମାନଙ୍କ ପାଇଁ ଦେବଦୂତ ସାଜିଥିବା ଯୁବତୀ ହେଲେ ବଲାଙ୍ଗୀରର ମାନସୀ ବରିହା। ଏବେ ତାଙ୍କୁ ସାରା ଦେଶରୁ ସାବାସି ମିଳିବାରେ ଲାଗିଛି।
ମାନସୀଙ୍କ ବୟସ ୧୯ବର୍ଷ। ରୋଗରେ ତାଙ୍କ ମା’ଙ୍କର ମୃତ୍ୟୁ ଘଟିଥିଲା। ତେବେ ମା’ଙ୍କ ଚିକିତ୍ସା ପାଇଁ ବାପା ଉଦ୍ଧାର ଆଣିଥିବା ୨୮ ହଜାର ଟଙ୍କା ଶୁଝିବାକୁ ମାନସୀ କିଛିଦିନତଳେ ତାମିଲନାଡ଼ୁର ତିରୁଭାଲୁରସ୍ଥିତ ଏକ ଇଟାବାଟିକୁ କାମ କରିବାକୁ ଯାଇଥିଲେ। ମାନସୀଙ୍କ ସହ ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଜିଲାର ପ୍ରାୟ ୩୫୫ଜଣ ଶ୍ରମିକ ଦାଦନ ଖଟୁଥିଲେ। ଇଟାଭାଟି ମାଲିକ ଆଗୁଆ ଟଙ୍କାଦେଇ ସେମାନଙ୍କୁ କିଣିନେଇଯାଇଥିବାରୁ କେବଳ ଖାଇବା ପାଇଁ ଦିନକୁ ମାତ୍ର ୩୦ଟଙ୍କା ଦେଉଥିଲେ। ହେଲେ କରୋନା ଲକ୍‌ଡାଉନ୍‌ ପରେ ସେତକ ବି ମିଳି ନ ଥିଲା। ଫଳରେ ସେମାନେ ଭୋକ ଉପାସରେ ଦିନ କାଟୁଥିଲେ। ଘରକୁ ଫେରିବାକୁ ବାହାରିବାରୁ ଭାଟି ମାଲିକ ଛାଡ଼ି ନ ଥିଲେ। ମାଲିକ ଓ ସହଯୋଗୀଙ୍କ ଆକ୍ରମଣରେ ମହିଳା ଓ ଶିଶୁଙ୍କୁ ମିଶାଇ ବହୁ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କେତେଜଣ ଶ୍ରମିକ ଛଟପଟ ହେଉଥିବାବେଳେ ମାନସୀ ସାହସ ଜୁଟାଇ ଉପସ୍ଥିତ ବୁଦ୍ଧି ଖଟାଇ ଏକ ନିରୋଳା ସ୍ଥାନକୁ ଯାଇ ଫୋନ୍‌ରେ ଜଣେ ସମ୍ପର୍କୀୟଙ୍କୁ ଜଣାଇବା ସହ ଆହତଙ୍କ ଭିଡିଓ ଓ ଫଟୋ ହ୍ବାଟ୍‌ସଆପ୍‌ରେ ଛାଡ଼ି ଉଦ୍ଧାର ପାଇଁ ନିବେଦନ ଥିଲେ। ଏହାପରେ ଏକ ସ୍ବେଚ୍ଛାସେବୀ ସଂଗଠନ ସହାୟତାର ହାତ ବଢ଼ାଇଥିଲା। ତିରୁଭାଲୁର ପ୍ରଶାସନକୁ ଘଟଣା ସମ୍ପର୍କରେ ଜଣାଇବା ପରେ ସ୍ଥାନୀୟ ଅଧିକାରୀମାନେ ତୁରନ୍ତ ଇଟାଭାଟିରେ ପହଞ୍ଚତ୍ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏପରି କି ଇଟାଭାଟି ମାଲିକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ମଧ୍ୟ ହୋଇଥିଲା। ଏଥିସହ ନିକଟସ୍ଥ ୩୦ ଇଟାଭାଟିରେ ଚଢାଉ କରାଯାଇ ୬୭୫୦ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଇ ଦିଆଯାଇଥିଲା। ଏମାନଙ୍କ ମଧ୍ୟରେ ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶର ଶ୍ରମିକ ରହିଥିବାବେଳେ ଅଧିକାଂଶ ଓଡ଼ିଶାର ଥିଲେ। କେବଳ ମାନସୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଥିଲା।

‘ମାନବ ଚାଲାଣ ଉପରେ ସରକାର ପଦକ୍ଷେପ ନିଅନ୍ତୁ’

ରାଜ୍ୟରେ ଅଣକୁଶଳୀ ଓ ଦାଦନ ଶ୍ରମିକମାନେ ସର୍ବାଧିକ ହ୍ୟୁମାନ ଟ୍ରାଫିକିଂ ବା ମାନବଚାଲାଣ ଶିକାର ହେଉଛନ୍ତି। ଏହା ସମଗ୍ର ଦେଶରେ ଏକ ସୁଚିନ୍ତିତ ଅପରାଧରେ ପରିଣତ ହେଲାଣି। କୋଭିଡ୍‌-୧୯ ଲକ୍‌ଡାଉନ୍‌ ଯୋଗୁ ଲୋକେ ଧାର ଉଦ୍ଧାରକରି ଗୁଜୁରାଣ ମେଣ୍ଟାଉଥିବାରୁ ଆଗାମୀ ଦିନରେ ଏହି ସମସ୍ୟା ଆହୁରି ବୃଦ୍ଧିପାଇବ। ବିଶେଷକରି ଶିଶୁ ଓ କିଶୋରମାନେ ଏଥିରେ ଅଧିକ ଶିକାର ହେବେ। ତେଣୁ ସରକାର ଏବେଠାରୁ ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ଇଣ୍ଟରନ୍ୟାଶନାଲ ଜଷ୍ଟିସ୍‌ ମିଶନର ଓଡ଼ିଶା ପ୍ରକଳ୍ପ ନିର୍ଦ୍ଦେଶକ ନୀନୁ ଥୋମାସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri