Categories: ଫୁରସତ

ଜି-ମେଲ୍‌ ପାସଓ୍ବାର୍ଡ ଭୁଲିଯିବାରୁ ଗୁଗ୍‌ଲ ସିଇଓଙ୍କ ନିକଟରେ ଗୁହାରି କଲେ ଏହି ବ୍ୟକ୍ତି

ଯଦି ଆପଣ କେବେ କୌଣସି ପାସୱାର୍ଡ ଭୁଲିଯାନ୍ତି ତେବେ ଆପଣ ପୁନର୍ବାର ପାସୱାର୍ଡ ସେଟ୍‌ କରିବାର ବିକଳ୍ପ ଖୋଜନ୍ତି। କେବଳ ଜି-ମେଲ୍‌ ନୁହେଁ, ପ୍ରାୟ ସମସ୍ତ ପ୍ରକାରର ଡିଜିଟାଲ ଲଗଇନର ପାସୱାର୍ଡ ଭୁଲିଗଲେ ଏହି ପ୍ରକ୍ରିୟା ଅବଲମ୍ବନ କରାଯାଏ। କିନ୍ତୁ ନିକଟରେ ଜଣେ ବ୍ୟକ୍ତି ନିଜ ଜି-ମେଲ୍‌ ଆକାଉଣ୍ଟର ପାସୱାର୍ଡ ଭୁଲିଯିବାରୁ ସିଧା ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ନିକଟରେ ଗୁହାରି କରିଛନ୍ତି।
ଭାରତ କରୋନା ମହାମାରୀର ସବୁଠାରୁ ଖରାପ ପର୍ଯ୍ୟାୟରେ ଗତି କରୁଥିବାବେଳେ ସୁନ୍ଦର ପିଚାଇ ଦେଶକୁ ସାହାଯ୍ୟ କରିବାକୁ ଘୋଷଣା କରିଥିଲେ। ଏ ସମ୍ପର୍କରେ ସେ ଟୁଇଟ୍‌ କରିଥିଲେ। @ Madhan67966174 ନାମକ ଜଣେ ଟୁଇଟର୍‌ ବ୍ୟବହାରକାରୀ ପିଚାଇଙ୍କ ଟୁଇଟ୍‌କୁ ଜବାବ ଦେଇ ପାସୱାର୍ଡ ବିଷୟରେ ସାହାଯ୍ୟ ମାଗିଛନ୍ତି। ମଦନ ନାମକ ଏହି ୟୁଜର୍ସ ଲେଖିଛନ୍ତି ‘ହେଲୋ ସାର୍‌, ଆପଣ କେମିତି ଅଛନ୍ତି? ଜି-ମେଲ୍‌ ଆଇଡି ପାସୱାର୍ଡ ପାଇଁ ମୋର ସାହାଯ୍ୟ ଦରକାର। ପାସୱାର୍ଡ କିପରି ପୁନଃସେଟ କରିବି, ତାହା ମୁଁ ଭୁଲି ଯାଇଛି। ଦୟାକରି ସାହାଯ୍ୟ କରନ୍ତୁ। ଲୋକମାନେ ଏହି ଟୱିଟକୁ କ୍ରମାଗତ ଭାବରେ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି । ସୂଚନାଯୋଗ୍ୟ, ଭାରତରେ କରୋନା ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ଗୁଗଲ୍‌ ସିଇଓ ପିଚାଇ ଦେଶକୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି। ଗୁଗୁଲ ଭାରତକୁ ୧୩୫ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

Share