ପଶୁ ଠାରୁ ବଳିଗଲା ମଣିଷର ପାଶବିକତା: ଅସୁସ୍ଥ ଓଟକୁ ଛାଡ଼ି…

ବଲାଙ୍ଗୀର,୩୦।୯(ବୀରେନ୍ଦ୍ର କୁମାର ଝାଙ୍କର): ଜୀବନ ସାରା ଓଟ ପିଠିରେ ବସାଇ ଟଙ୍କା କମାଇ ଥିବା ମାଲିକ ଶେଷରେ ପୋଷା ଅସୁସ୍ଥ ଓଟକୁ ବଲାଙ୍ଗୀର ରାଜରାସ୍ତାରେ ଅସହାୟ ଅବସ୍ଥାରେ ଛାଡି ଫେରାର ମାରିବା ଘଟଣା ହଇଚଇ ସୃଷ୍ଟି କରିଛି। ଅସୁସ୍ଥ ଓଟଟି ଦୀର୍ଘ ଘଣ୍ଟା ଧରି ଛଟପଟ ହେବା ପରେ ମୃତ୍ୟୁବରଣ କରିବା ଦୃଶ୍ୟ ଅନେକଙ୍କୁ ବିଚଳିତ କରିଛି। ଶନିବାର ରାତିରୁ ବଲାଙ୍ଗୀର ବ୍ରାହ୍ମଣପଡାସ୍ଥିତ କରଙ୍ଗାକଟା ହିଡ ଉପରେ ଏକ ଅସୁସ୍ଥ ଓଟକୁ ଛାଡି ତାର ମାଲିକ କୁଆଡେ ଫେରାର ହୋଇଯାଇଥିଲା। ରବିବାର ସକାଳେ ଓଟଟି ସେଠାରେ ପଡି ରହି ଜୀବନ ସହ ସଂଘର୍ଷ କରୁଥିବା ଦେଖି ସ୍ଥାନୀୟ ସ୍ବେଚ୍ଛାସେବୀ ପ୍ରଶାନ୍ତ ମହାକୁର ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା କର୍ତ୍ତବ୍ୟ ଫାଉଣ୍ଡେଶନ ଏବଂ ବଲାଙ୍ଗୀର ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ସୂଚନା ଦେଇଥିଲେ। କର୍ତ୍ତବ୍ୟ ଫାଉଣ୍ଡେଶନର ସ୍ବେଚ୍ଛାସେବୀ କାହ୍ନା ଶତପଥୀ ଘଟଣାସ୍ଥଳରେ ପହଞ୍ଚତ୍ ଛଟପଟ ହେଉଥିବା ଓଟର ଚିକିତ୍ସା ପାଇଁ ପ୍ରାଣୀଧନ ଚିକିତ୍ସାଧିକାରୀଙ୍କୁ ଯୋଗଯୋଗ କରିଥିଲେ। ବହୁ ଉଦ୍ୟମ ସତ୍ତ୍ୱେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଓଟଟି ମୃତ୍ୟୁବରଣ କରିଥିଲା। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୁଜରାଟ ଅଞ୍ଚଳରୁ ଅନେକ ମାଲିକ ଓଟ, ଗଧ ଓ ଘୋଡା ନେଇ ଏହି ଅଞ୍ଚଳକୁ ଆସିଥାନ୍ତି। ଏଠାକାର ପିଲାଛୁଆ ତଥା ଲୋକଙ୍କୁ ମରୁଭୂମିର ଜାହାଜ କୁହାଯାଉଥିବା ଓଟ ପିଠିରେ ବସାଇ ମାଲିକ ବେଶ୍‌ କିଛି ଟଙ୍କା ରୋଗଜାର କରିଥାନ୍ତି। ତେବେ କିଛିବର୍ଷ ହେଲା କେତେଜଣ ମାଲିକ ଅସୁସ୍ଥ ଓ ବୟସ୍କ ଓଟକୁ ଆଣି ଏଭଳି ଖଟାଇବା ପରେ ଏଠାରେ ଅସହାୟ ଅବସ୍ଥାରେ ଛାଡି ଦେଇ ଫେରାର ମାରିବା ଭଳି ଘଟଣା ଘଟୁଛି। ଅସୁସ୍ଥ ଓଟଟି ମୃତ୍ୟୁବରଣ କରିବା ପରେ କାହ୍ନା ଶତପଥୀଙ୍କ ନେତୃତ୍ୱରେ ସହର ଉପକଣ୍ଟ ବିଜାଖମନ ଜଙ୍ଗଲ ଭିତରେ ତାକୁ ପୋତି ଦିଆଯାଇଛି। ପ୍ରାଣୀଧନ ଉପନିର୍ଦ୍ଦେଶକ ଜଳଧର ପ୍ରଧାନ ଘଟଣାସ୍ଥଳକୁ ଆସି ଅସୁସ୍ଥ ଓଟର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ଜେସିବି ପଠାଇ ମୃତ ଓଟକୁ ଉଠାଇବା ବ୍ୟବସ୍ଥା କରିଥିବା ଜଣାପଡିଛି। ପାର୍ବଣ, ଯାନିଯାତ୍ରା ସମୟରେ ଓଟ, ଘୋଡା, ଗଧ ଭଳି ପୋଷା ପଶୁଙ୍କୁ ଟଙ୍କା କମାଇବା ପାଇଁ ନ ଆଣିବା ଦିଗରେ ପଦକ୍ଷେପ ନେବାକୁ ସ୍ବେଚ୍ଛାସେବୀ ଶତପଥୀ ଓ ମହାକୁର ପ୍ରଶାସନକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri