Categories: ଜାତୀୟ

ମୂଲ ଲାଗି ସ୍ତ୍ରୀ-ପିଲାଙ୍କ ଭରଣପୋଷଣ କରିବା ପୁରୁଷଙ୍କର କର୍ତ୍ତବ୍ୟ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୯।୯ : ସୁପ୍ରିମକୋର୍ଟ କହିଛନ୍ତି ଯେ ଜଣେ ପୁରୁଷଙ୍କୁ ନିଜ ସ୍ତ୍ରୀ ଏବଂ ପିଲାମାନଙ୍କର ଭରଣପୋଷଣ ପାଇଁ ମୂଲ ଲାଗି ପରିଶ୍ରମ କରି ମଧ୍ୟ ଟଙ୍କା ରୋଜଗାର କରିବାକୁ ପଡିବ। କାରଣ ସ୍ତ୍ରୀ ଏବଂ ପିଲାମାନଙ୍କୁ ଆର୍ଥିକ ସହାୟତା ଯୋଗାଉ ଦେବା ତାଙ୍କର କର୍ତ୍ତବ୍ୟ।

ଜଷ୍ଟିସ ଦୀନେଶ ମେହେଶ୍ୱରୀ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଏକ ଖଣ୍ଡପୀଠ ଏହାର ଏକ ମାମଲାର ବିଚାର କରି ବୁଧବାର କହିଛନ୍ତି ଯେ ସ୍ବାମୀ ଯଦି ଶାରୀରିକ ପରିଶ୍ରମ ଶ୍ରମ କରିବାକୁ ସକ୍ଷମ ତେବେ ତାଙ୍କୁ ଏଭଳି ଆଇନ ଅନୁସାରେ କରିବାକୁ ପଡ଼ିବ। ଏହି ଦାୟିତ୍ୱରୁ ସେ ରକ୍ଷା ପାଇପାରିବ ନାହିଁ। ବେଞ୍ଚ ଏହା ମଧ୍ୟ କହିଛନ୍ତି ଯେ ଅପରାଧିକ ପ୍ରକ୍ରିୟା ସଂହିତା ଧାରା ୧୨୫ ହେଉଛି ସାମାଜିକ ନ୍ୟାୟର ଏକ ଉପାୟ। ଏହା ମହିଳା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଭାବେ ପ୍ରଣୟନ କରାଯାଇଛି।

ଫରିଦାବାଦରେ ପରିବାର କୋର୍ଟର ଆଦେଶକୁ କାଏମ ରଖି ଶୀର୍ଷକୋର୍ଟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ କରିଥିବାେ ମହିଳାଙ୍କ ଆବେଦନକୁ ଏହି ବେଞ୍ଚ ଅନୁମତି ଦେଇଛନ୍ତି। ଏହି ବେଞ୍ଚ ଆଡଭୋକେଟ ଦୁଷ୍ୟନ୍ତ ପରଶରଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରଛନ୍ତି। ସେ ସ୍ବାମୀଙ୍କ ପକ୍ଷରୁ ହାଜର ହୋଇ ଯୁକ୍ତି କରିଥିଲେ ଯେ ତାଙ୍କର ଏକ ଛୋଟ ବ୍ୟବସାୟ ଅଛି ଯାହା ବନ୍ଦ ହୋଇଯାଇଛି। ତେଣୁ ତାଙ୍କର କୌଣସି ରୋଜଗାରର ଉତ୍ସ ନାହିଁ ।

ପୁଅଙ୍କୁ ମାସିକ ୬ ହଜାର ଟଙ୍କା ସହିତ ସ୍ତ୍ରୀଙ୍କୁ ୧୦ ହଜାର ଟଙ୍କା ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଆଡଭୋକେଟ ପରଶର ସ୍ତ୍ରୀଙ୍କ ଚରିତ୍ର ଉପରେ ପ୍ରଶ୍ନ କରିଥିଲେ। ସେ ଦାବି କରଥିଲେ ଯେ ପୁଅ ତାଙ୍କର ନୁହେଁ। ଡିଏନଏ ପରୀକ୍ଷା ପାଇଁ ତାଙ୍କ ଆବେଦନକୁ ପରିବାର କୋର୍ଟ ଖାରଜ କରିଦେଇଥିଲେ।

Share