ଟିଏମ୍‌ସି ହାତ ଧରିଲେ ଏହି କ୍ରିକେଟର, ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ

କୋଲକାତା,୨୪।୨: ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ ବୁଧବାର ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ହୁଗୁଳୁ ଜିଲାରେ ହୋଇଥିବା ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଦଳର ହାତ ଧରିଛନ୍ତି। ପୂର୍ବରୁ ସେ ଏନେଇ ଟୁଇଟରରେ ସମ୍ୟକ୍‌ ସୂଚନା ଦେିଥିଲେ। ସେ ଆଜିଠାରୁ ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା କହିଥିଲେ।

ପ୍ରକାଶ ଯେ, ୩୫ ବର୍ଷୀୟ ମନୋଜ ୨୦୦୮ରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ। ସେ ୨୦୧୫ ଜୁଲାଇରେ ନିଜର ଶେଷ ଦିନିକିଆ ଖେଳିଥିଲେ। କ୍ୟାରିୟରରେ ୧୨ ଦିନିକିଆ ଏବଂ ୩ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟମ୍ୟାଚ୍‌ରେ ସେ ଭାରତୀୟ ଟିମ୍‌ର ପ୍ରତିନିଧିତ୍ୱ କରିଥିଲେ।

Share