Categories: ଖେଳ

ରାଫାଲ ଭାରତରେ ପହଞ୍ଚିବା ପରେ ପଡ଼ୋଶୀ ଦେଶରେ ଆସିଲା ୮.୫ ତୀବ୍ରତାର ଭୂକମ୍ପ

ନୂଆଦିଲ୍ଲୀ,୨୯।୭: ଫ୍ରାନ୍ସରୁ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫାଲ ବିମାନ ବୁଧବାର ଭାରତରେ ପହଞ୍ଚିଛି। ପ୍ରାୟ ୭ ହଜାର କିମି ପାର୍‌ହୋଇ ଅମ୍ବାଲା ବାୟୁସେନା ଘାଟିରେ ଏହି ଶକ୍ତିଶାଳୀ ଯୁଦ୍ଧବିମାନଗୁଡିକ ପହଞ୍ଚିଛି। ରାଫାଲ ଭାରତରେ ପହଞ୍ଚିବା ପରେ ପଡୋଶୀ ଦେଶରେ ଭୂକମ୍ପ ସୃଷ୍ଟି ହୋଇଛି ବୋଲି ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ ଟୁଇଟ୍‌ କରି କହିଛନ୍ତି। ତାଙ୍କ ଟୁଇଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ କହିଛନ୍ତି ରାଫାଲ ପହଞ୍ଚିବା ପରେ ପଡୋଶୀ ଦେଶରେ ୮.୫ ତୀବ୍ରତାର ଭୂକମ୍ପ ସୃଷ୍ଟି ହୋଇଛି। କାହାର ମୃତ୍ୟୁ ହୋଇନାହିଁ। ଏହାଦ୍ୱାରା ଭାରତର ଆହୁରି ଶକ୍ତି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଅନ୍ୟତମ କ୍ରିକେଟର ଶିଖଣ ଧାଓ୍ବନ ରାଫାଲକୁ ସ୍ବାଗ୍‌ତ କରିଛନ୍ତି। ସୂଚନାଯୋଗ୍ୟ, ରାଫାଲ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବିମାନ। ୫୯ ହଜାର କୋଟି ଟଙ୍କାରେ ଭାରତ ଫ୍ରାନ୍ସଠାରୁ ୩୬ଟି ରାଫାଲ ବିମାନ କିଣିବାର କାର୍ଯ୍ୟକ୍ରମ ରହିଛି।

Share