ମନୋଜ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ): ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରୁନଗାଁର ମନୋଜ କୁମାର ଦାନୀଙ୍କୁ ଶୁକ୍ରବାର ଚଳିତ ବର୍ଷ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ କରାଯାଇଛି।

ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ସ୍ଥିତ ବନଖଣ୍ଡ ଅଧିକାରୀ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ସଦର ଉପ ଜିଲାପାଳ ତେଜସ୍ବିନୀ ବେହେରା, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଭାବେ ବନଖଣ୍ଡ ଅଧିକାରୀ ଡିଏଫଓ ଖୁସୱନ୍ତ ସିଂ, ଏସିଏଫଆର ସେଠି, ମୁଖ୍ୟ ବକ୍ତାଭାବେ ଜିଲା ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ସୁଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତି ଥିଲେ। ଉତ୍ସବରେ ରେଞ୍ଜ ଅଧିକାରୀ, ଫରେଷ୍ଟ ଗାର୍ଡ, ମାନ୍ୟ ଗଣ୍ୟ ବ୍ୟକ୍ତିମାନେ ଉତ୍ସବରେ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ ରୁନଗାଁ, ବଡଗାଁ ବ୍ଲକର ମୂଳ ବାସିନ୍ଦା ଥିବା ମନୋଜ ବଡଗାଁ, ସବଡେଗା, ବାଲିଶଙ୍କରା ଅଞ୍ଚଳରେ ପରିବେଶ ସୁରକ୍ଷା, ଜଳ ଜଙ୍ଗଲ ଜମି, ଜନ୍ତୁ ଓ ଜନଙ୍କୁ ନେଇ ସାମାଜିକ କାର୍ଯ୍ୟକ୍ରମ କରି ଆସୁଛନ୍ତି। ପକ୍ଷୀମାନଙ୍କ ପାଇଁ ଜଳ ପାତ୍ର ସ୍ଥାପନ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମ୍ବଳିତ କାର୍ଯ୍ୟକ୍ରମ ଦ୍ୱାରା ସାଧାରଣ ଲୋକ, ଯୁବ ପିଢ଼ି ଓ ମହିଳା ସମୂହକୁ ସାମିଲ କରି ଗଛ ଲଗାଇବା ଓ ଏହାର ଯତ୍ନ ନେବାକୁ ପ୍ରେରିତ କରିବା ସହିତ ଜନ ସଚେତନତା କରି ଆସୁଛନ୍ତି।

Share