ପରଲୋକରେ ମନୋଜ ପଣ୍ଡା

ଭୁବନେଶ୍ୱର,୧୦।୭(ବ୍ୟୁରୋ): ବିଶିଷ୍ଟ ସାହିତି୍ୟକ ତଥା ଲେଖକ ମନୋଜ କୁମାର ପଣ୍ଡାଙ୍କର ଗୁରୁବାର ପରଲୋକ ଘଟିଛି। ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ୧୯୫୪ରେ ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିବା ମନୋଜ ଜଣେ କଥାଶିଳ୍ପୀ ତଥା ଭାଷା ବିଚାରକଭାବେ ବେଶ୍‌ ପରିଚିତ। ‘ହାଡ଼ ବଗିଚା’, ‘ବର୍ଣ୍ଣ ବଗିଚା’ ଓ ‘ମାୟା ବଗିଚା’ ଗଳ୍ପ ସଂକଳନ ପାଇଁ ସେ ପ୍ରସିଦ୍ଧି ଲାଭ କରିଥିଲେ। ‘ମାୟା ବଗିଚା’ ଗଳ୍ପ ସଂକଳନ ପାଇଁ ସେ ୨୦୧୫ରେ ସମ୍ମାନଜନକ ଶାରଳା ପୁରସ୍କାର ଲାଭ କରିଥିଲେ। ଏହାସହ ସେ ଅଖିଳ ମୋହନ ସାହିତ୍ୟ ସମ୍ମାନ ଓ ଅଶୋକ ଚନ୍ଦନ ସାହିତ୍ୟ ସମ୍ମାନ ହାସଲ କରିଥିଲେ। ୨୦୧୦ରେ ତାଙ୍କ ଦ୍ୱାରା ଅନୁଦିତ ପୁସ୍ତକ ‘ଦି ବୋନ ଗାର୍ଡେନ ଆଣ୍ଡ୍‌ ଅଦର ଷ୍ଟୋରିଜ’ ଅନ୍ତର୍ଜାତୀୟ ଗଳ୍ପ ପୁରସ୍କାର ପାଇଁ ଏସିଆ ମହାଦେଶରୁ ୧୦ ଜଣ ଗାଳ୍ପିକଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଖୁବ୍‌ ବେଶି ଲେଖି ନ ଥିଲେ ମଧ୍ୟ ତାଙ୍କର କଥନଶୈଳୀ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା। ସମକାଳୀନ ଗଳ୍ପ କ୍ଷେତ୍ରରେ ତାଙ୍କର ଏକ ନିଜସ୍ବ ଶୈଳୀ ରହିଥିଲା। ବର୍ଣ୍ଣନାବହୁଳ ଗପର ଧାରାଠାରୁ ଭିନ୍ନ ପ୍ରତୀକାତ୍ମକ ଗଳ୍ପଧାରାର ସେ ଜଣେ ଅଗ୍ରଣୀ ଶିଳ୍ପୀ ଥିଲେ। ଭାଷା, ଶୈଳୀ, ବିଷୟବସ୍ତୁ ଓ ଚରିତ୍ର ନିର୍ମାଣରେ ତାଙ୍କର ସ୍ବାତନ୍ତ୍ର୍ୟ ରହିଥିଲା। ବୃତ୍ତିରେ ଇଂଲିଶ ଶିକ୍ଷକ ଥିବା ପଣ୍ଡା ଚାକିରିରୁ ଅବସର ଗ୍ରହଣ କରି ସାହିତ୍ୟ ସାଧନାରେ ବ୍ରତୀ ଥିଲେ। କେବଳ ଗଳ୍ପ ରଚନା ନୁହେଁ, ପ୍ରବନ୍ଧ ଓ ଭାଷା ଚର୍ଚ୍ଚା କ୍ଷେତ୍ରରେ ମଧ୍ୟ ମନୋଜଙ୍କର ସ୍ବତନ୍ତ୍ର ଅବଦାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri