କର୍ଲାମୁଣ୍ଡା ବ୍ଲକ ଶିକ୍ଷା ସହାୟକ ସଂଘର ନୂତନ କର୍ମକର୍ତ୍ତା ଚୟନ: ମନୋଜ ଦାସ ହେଲେ ସଭାପତି

କର୍ଲାମୁଣ୍ଡା,୨୬।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ୨୦୧୮ ବ୍ୟାଚର କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ କେସିଙ୍ଗାସ୍ଥିତ ବେଲଖଣ୍ଡି ଶିବ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସଭାପତି ଶିକ୍ଷକ ପ୍ରଶନ୍ନ କୁମାର ସାହୁ ଏହାର ଅଧ୍ୟକ୍ଷତା କରିଥିଲେ। ଏଥିରେ ୨୦୧୮ ବ୍ୟାଚରେ ନିଯୁକ୍ତି ପାଇଥିବା ୩୧ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସଂଗଠନକୁ ମଜବୁତ କରିବା ବିଷୟ ଉପରେ ଆଲୋଚନା କରାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ମନୋଜ କୁମାର ଦାସ, ଉପସଭାପତି ସଶ୍ମିତା ସାହୁ, ସମ୍ପାଦକ ଚର୍ଚ୍ଚିଲ ସାହୁ, କୋଷାଧ୍ୟକ୍ଷ ତୃପ୍ତି ରଞ୍ଜନ ନାଥ, ସଂଯୋଜକ ହିମାଂଶୁ ଶେଖର ଦାସ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ଏଥିରେ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମନବାଡ଼ି ଛାତ୍ରାବାସରୁ ୧୦ ଛାତ୍ର ଫେରାର, ଏଯାଏ ମିଳୁନି ପତ୍ତା, ଚିନ୍ତାରେ ଅଭିଭାବକ; ଅଧିକାରୀଙ୍କ… 

ଦାରିଙ୍ଗବାଡି, ୩।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଅଧୀନ ସାମନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରୁ  ମଙ୍ଗଳବାର ମଧ୍ୟାହ୍ନ…

ଶିକ୍ଷକ ନାଁରେ କଳଙ୍କ:  ଭୟ ଦେଖାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ବଳାତ୍କାର, ଉଠାଇ ନେଲା ପୋଲିସ

ଫୁଲବାଣୀ, ୩ା୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗୋଛାପଡା ଥାନା ଅଞ୍ଚଳ କଟ୍ରିଙ୍ଗିଆରେ ଥିବା ଏକ ବିଦ୍ୟାଳୟରେ ଜଣେ ଶିକ୍ଷକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର…

ଯୁଦ୍ଧ ମଝିରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ବିଶ୍ୱଯୁଦ୍ଧ ପାଇଁ…

ଓ଼୍ବାଶିଂଟନ,୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ମଙ୍ଗଳବାର (୩ ମାର୍ଚ୍ଚ) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ଆସିଛି ଯେ ଇରାନ…

ଯୁଦ୍ଧ ଭିତରେ ୮ଦେଶ ସହ କଥା ହେଲେ ମୋଦି, ହୋଇପାରେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୩।୩: ଇରାନ ଉପରେ ଇସ୍ରାଏଲ-ଆମେରିକୀୟ ଆକ୍ରମଣ ଏବଂ ଇରାନର ପ୍ରତିଶୋଧ ସହିତ ଆରମ୍ଭ ହୋଇଥିବା ଯୁଦ୍ଧ ପ୍ରତିଦିନ ତୀବ୍ର ହେବାରେ ଲାଗିଛି। ସଂଘର୍ଷର ପରିମାଣ ଏବଂ ପରିସର…

ପୂର୍ବତନ ସମିତିସଭ୍ୟ ସୁବାସ ସେଠୀଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସୁବାସ ସେଠୀଙ୍କ ୮୧ ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନରେ ତାଙ୍କ…

ରାଜ୍ୟ ସଭା ନିର୍ବାଚନ: ଦିଲୀପ ରାୟଙ୍କୁ ଭାଜପାର ସମର୍ଥନ

ଭୁବନେଶ୍ୱର,୩।୩: ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ଜଣେ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ…

ଜଗନ୍ନାଥପୁର ଛକରେ ଇ-ରିକ୍ସାକୁ ଧକ୍କା ଦେଲା କାର୍‌, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାଳକଙ୍କୁ…

ଭୋଗରାଇ, ୩ l୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଜଳେଶ୍ୱର – ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ଜଗନ୍ନାଥପୁର ଛକଠାରେ ମଙ୍ଗଳବାର ମଧ୍ୟାହ୍ନରେ ଏକ କାର ସହିତ…

ଦିଲୀପଙ୍କୁ ନେଇ ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭା ନିର୍ବାଚନରେ ହେବ ଓଲଟପାଲଟ!

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ବାଚନ ନେଇ ବିଜେଡି ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri