ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର ଜିଲା ସାଂଗଠନିକ ସଭାପତି ହେଲେ ନିରଞ୍ଜନ ମିଶ୍ର। ଆଉ ୮ ଜଣଙ୍କୁ ଉପସଭାପତି ଦାୟିତ୍ୱ, ୩ ଜଣ ସାଧାରଣ ସଂପାଦକ, ଆଉ ୮ ଜଣଙ୍କୁ ସଂପାଦକ ଦାୟିତ୍ୱ ଏବଂ ଜଣଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।


