ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଧାନସଭା ନେତା ଆଲୋକ ସେଠୀ ଏବଂ ଭାଜପା ଜିଲା ଉପସଭାପତି ଜ୍ଞାନରଞ୍ଜନ ସାମନ୍ତସିଂହାର ନେତୃତ୍ୱ ନେଇଥିଲେ।
ଏହି ଅବସରରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଓ ଯୁବକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଏକାଠି ଶୁଣିଥିଲେ। ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ନିଶାମୁକ୍ତ ଯୁବା ଅଭିଯାନ, ସଞ୍ଚାର ସାଥୀ, ମିଶନ କର୍ମ ଯୋଗୀ, ଫିଟ୍ ଇଣ୍ଡିଆ, ବିହାର ମ୍ୟୁଜିୟମ, ଚକୋଲେଟ ଷ୍ଟାର୍ଟଅପ୍, ସାଇ ଧାମ୍ ଫୁଡ ବ୍ୟାଙ୍କ, ସଣ୍ଡେଜ ଅନ୍ ସାଇକେଲ ଉପରେ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ଜିଲା ଯୁବମୋର୍ଚ୍ଚା ସମ୍ପାଦକ ଅବିନାଶ ସେଠୀ, ଆନନ୍ଦପୁର ନଗର ଯୁବମୋର୍ଚ୍ଚା ସଭାପତି ଧବଳେଶ୍ୱର ସାହୁ, ବେଲବାହାଳି ସରପଞ୍ଚ ଦିପ୍ତିମୟୀ ସାହୁ, ବରିଷ୍ଠ ନେତା ରମେଶ ସାହୁ, ଶାନ୍ତନୁ ଖୁଣ୍ଟିଆ, ଉଜ୍ୱଳ କୁମାର ବେହେରା, ରୁଦ୍ରପ୍ରସାଦ ଜେନା, ଆଲୋକ ଜେନା, ପ୍ରବୀର ନାୟକ, ମଳୟ ରଞ୍ଜନ ଆୟଚ, ଭବାନୀ ଶଙ୍କର ନାୟକ, ବୈଶାଖୀ ସାହୁ, ମଧୁସ୍ମିତା ବେହେରା, ରୁପାଞ୍ଜଳୀ ନାୟକ, ଦଲୀପ ବେଜ, ଧବଳେଶ୍ୱର ସେଠୀ, ଅଜୟ ସାହୁ, ରାଜେନ୍ଦ୍ର ମଣ୍ଡଳ, କଲେଜ ଛାତ୍ରୀଛାତ୍ର ଏବଂ ଭାଜପାର ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଯୁବମୋର୍ଚ୍ଚା ପକ୍ଷରୁ ଆଗକୁ ଆନନ୍ଦପୁରରେ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ଆହ୍ବାନ ଦିଆଯାଇଥିଲା।