ମନମୋହନଙ୍କ ନୂଆ ଟିମ୍‌

ଭୁବନେଶ୍ବର, ୫ା୮(ସୁନିତ୍‌ ମିଶ୍ର): ଭାଜପା ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେବାର ୪ ମାସ ପରେ ମନମୋହନ ସାମଲ ଦଳର ନୂଆ ଟିମ୍‌ ଗଠନ କରିଛନ୍ତି। ବହୁ ମାନସମନ୍ଥନ କରି ସେ ଏହି ନୂଆ ଟିମ୍‌ ଗଠନ କରିଥିବା ଶୁଣିବାକୁ ମିଳିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବା ଦିନ ହିଁ ମନମୋହନଙ୍କ ନୂଆ ଟିମ୍‌ ଘୋଷଣା ହୋଇଛି। ତେବେ ରାଜ୍ୟ ପଦାଧିକାରୀଙ୍କ ୩୫ ଜଣିଆ କାର୍ଯ୍ୟକର୍ତ୍ତା ତାଲିକା ଦଳ ପକ୍ଷରୁ ଜାରି କରାଯାଇଛି। ମନମୋହନଙ୍କ ଦ୍ୱାରା ଜାରି ହୋଇଥିବା ତାଲିକାରେ ୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ, ୧୦ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ରହିଛନ୍ତି। ଏହା ସହ ମନମୋହନଙ୍କ ନୂଆ ଟିମ୍‌ରେ ରାଜ୍ୟ ଭାଜପାର ବିଭିନ୍ନ ମୋର୍ଚ୍ଚାର ନୂଆ ସଭାପତିଙ୍କ ନାମ ମଧ୍ୟ ରହିଛି। ତେବେ ଦଳର କେତେଜଣ ବରିଷ୍ଠ ନେତାଙ୍କୁ ଏହି ତାଲିକାରୁ ମଧ୍ୟ ବାଦ୍‌ ଦିଆଯାଇଥିବା ଦେଖିବାକୁ ମିଳିଛି।
ଦଳର ଉପସଭାପତି ତାଲିକାରେ ନାଉରି ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ସୁକେଶୀ ଓରାମ, ବିରଞ୍ଚିନାରାୟଣ ତ୍ରିପାଠୀ ଓ ଲେଖାଶ୍ରୀ ସାମନ୍ତସିଂହାର ରହିଛନ୍ତି। ସେହିପରି ସାଧାରଣ ସମ୍ପାଦକ ତାଲିକାରେ ସାରଦା ପ୍ରସାଦ ଶତପଥୀ, ଯତୀନ ମହାନ୍ତି, ପୂର୍ଣ୍ଣିମା କେର୍କେଟା, ସୀମାଞ୍ଚଳ ଖଟେଇ ଓ ମାନସ କୁମାର ମହାନ୍ତି ରହିଛନ୍ତି। ସମ୍ପାଦକ ତାଲିକାରେ ରମେଶ ଚନ୍ଦ୍ର ସାହୁ, ଟଙ୍କଧର ତ୍ରିପାଠୀ, ନବୀନ ରାମ, ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, କୃଷ୍ଣ ଚନ୍ଦ୍ର ମହାପାତ୍ର, କସ୍ତୁରୀ ମିଶ୍ର, ପୂର୍ଣ୍ଣିମା ନାୟକ ଓ ଇରାଶିଷ ଆଚାର୍ଯ୍ୟଙ୍କୁ ରଖାଯାଇଛି।
ସେହିପରି ଯୁବ, ମହିଳା ଓ କୃଷକ ମୋର୍ଚ୍ଚା ସଭାପତି ପଦରେ ଦଳ ପରିବର୍ତ୍ତନ କରିଛି। ଭାଜପା ଯୁବମୋର୍ଚ୍ଚା ସଭାପତି ଭାବେ ଅଭିଳାଷ ପଣ୍ଡାଙ୍କୁ ନିଯୁକ୍ତି ମିଳିଥିବା ବେଳେ ଐଶ୍ଚର୍ଯ୍ୟା ବିଶ୍ୱାଳ ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି। କିଷାନ ମୋର୍ଚ୍ଚା ସଭାପତି ଭାବେ ମହେଶ୍ୱର ସାହୁଙ୍କୁ ନିଯୁକ୍ତି ମିଳିଥିବା ବେଳେ ଏସ୍‌ଟି ମୋର୍ଚ୍ଚା ସଭାପତି ନିତ୍ୟାନନ୍ଦ ଗଣ୍ଡ, ଏସ୍‌ଟି ମୋର୍ଚ୍ଚା ସଭାପତି ବିଭୁପ୍ରସାଦ ତରାଇ ଓ ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ଦାୟିତ୍ୱ ମିଳିଛି। ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ପଦ ଅପରିବର୍ତ୍ତିତ ରହିଛିି। ତେବେ ଭାଜପା ପକ୍ଷରୁ ଜାରି କରାଯାଇଥିବା ନୂଆ ତାଲିକାରେ ପୃଥ୍ବୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର ଓ ପ୍ରଦୀପ ପୁରୋହିତଙ୍କୁ ସାମିଲ କରାଯାଇନାହିଁ। ସେହିପରି ପ୍ରଭାତୀ ପରିଡ଼ା, ସଙ୍ଗୀତା ସିଂଦେଓ, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ବଳଭଦ୍ର ମାଝି, ଭାସ୍କର ମଢେଇ, କାଳନ୍ଦୀ ସାମଲ, ପିଙ୍କି ପ୍ରଧାନ, ସ୍ମୃତି ପଟ୍ଟନାୟକ ପ୍ରମୁଖଙ୍କୁ ମଧ୍ୟ ଟିମ୍‌ରୁ ବାଦ୍‌ ଦିଆଯାଇଛି। ଉମାକାନ୍ତ ପଟ୍ଟନାୟକ ଦଳର ସୋସିଆଲ ମିଡିଆ ଇନ୍‌ଚାର୍ଜ ହୋଇଥିବା ବେଳେ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ଅଫିସ୍‌ ସେକ୍ରେଟାରି କରାଯାଇଛି।
ନୂଆ ଟିମ୍‌କୁ ନେଇ ମନମୋହନ କହିଛନ୍ତି, ଏହି ନୂଆ ଟିମ୍‌ ସହ ବ୍ୟାପକ ଟିମ୍‌ କାମ କରିବେ। ଏହା ହେଉଛି ରାଜ୍ୟ ଟିମ୍‌। ଦଳ ଭିତରେ କେତେଜଣ ନେତାଙ୍କୁ ବାଦ୍‌ ଦେବା ନେଇ କିଛି ଦଳରେ କନ୍ଦଳ ନ ଥିବା ମନମୋହନ କହିଛନ୍ତି। ଭାଜପା ନୂଆ ଟିମ୍‌ ନେଇ ଦଳର ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଆଗାମୀ ଦିନରେ ଏହି କମିଟି ପୂରା ଦମ୍‌ରେ କାମ କରି ଦଳକୁ ମଜଭୁତ କରିବ। ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ଜିତି ସରକାର ଗଠନ ପାଇଁ ଅକ୍ଳାନ୍ତ ପରିଶ୍ରମ କରାଯିବ। ଦଳର ବିଭିନ୍ନ ପଦପଦବୀରେ ସାମିଲ ହୋଇଥିବା କର୍ମକର୍ତ୍ତା ଦୀର୍ଘଦିନ ହେଲା ଭାଜପା ସହ ଜଡ଼ିତ ଅଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଭାଜପା ଆଗାମୀ ନିର୍ବାଚନ ବୈତରଣୀ ପାରକରିବ। ଶାହ ଭୁବନେଶ୍ୱରରେ ପହଞ୍ଚିବା ପରେ ଶନିବାର ନୂଆ ଟିମ୍‌ ତାଙ୍କୁ ଭେଟିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri