ଅର୍ଥ ବ୍ୟବସ୍ଥା ପାଇଁ ମନମୋହନଙ୍କ ୩ ମନ୍ତ୍ର

 

ନୂଆଦିଲ୍ଲୀ,୧୧।୮: ମାନ୍ଦାବସ୍ଥା ସହ କରୋନା ଜନିତ ଲକ୍‌ଡାଉନ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଏକ ସଙ୍କଟ ସମୟ ଦେଇ ଗତି କରୁଛି। ଅବସ୍ଥାକୁ ସୁଧାରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଉପରେ କାମ କରୁଛନ୍ତି। ହେଲେ ସବୁ କିଛିକୁ ଟ୍ରାକ୍‌କୁ ଫେରାଇ ଆଣିବାରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡୁଛି। ଏଭଳି ସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ୩ ନୂଆ ମନ୍ତ୍ର ଦେଇଛନ୍ତି। ଦେଶର ଆର୍ଥତ୍କ ସ୍ଥିତିକୁ ସ୍ବାଭାବିକ ସ୍ଥିତିକୁ କିଭଳି ଫେରାଇ ଆଣିହେବ ସେ ନେଇ ସେ ବିବିସିକୁ ଏକ ମେଲ୍‌ ଯୋଗେ ପ୍ରସ୍ତାବ ରଖିଥିବା ଜଣାପଡିଛି।
ପ୍ରଥମତଃ ଲୋକଙ୍କ ଜୀବିକା ସୁନିଶ୍ଚିତ କରିବା ଲାଗି ମନମୋହନ ମତବ୍ୟକ୍ତ କରିଛନ୍ତି। ଲୋକଙ୍କୁ ହାତକୁ ସିଧାସଳଖ ଟଙ୍କା ପହଞ୍ଚାଇବା ଭଳି ପଦକ୍ଷେପ ନିଆଯାଇ ପାରିଲେ ଏହାଦ୍ୱାରା ଲୋକଙ୍କର କ୍ରୟ ଶକ୍ତି ବଢିବ। ଫଳରେ ଲୋକମାନେ ଦେଶର ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଦିଗରେ ପ୍ରତ୍ୟକ୍ଷ ଭାବେ ଯୋଗଦାନ ରଖିପାରିବେ। ଦ୍ୱିତୀୟରେ ବାଣିଜି୍ୟକ ସଂସ୍ଥାଗୁଡିକ ସମ୍ପର୍କରେ ସିଂ ଗୁରୁତ୍ୱାରୋପ କରିଛନ୍ତି। କାରଣ ବର୍ତ୍ତମାନ ପରିସ୍ଥିତିରେ ସଂସ୍ଥାଗୁଡିକ ଚାପର ସମ୍ମୁଖୀନ ହୋଇଛନ୍ତି। ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା ଦ୍ୱାରା ସଂସ୍ଥାଗୁଡିକୁ ସରକାର ଆଗକୁ ବଢିବାରେ ସହାୟତା କରିପାରିବେ ବୋଲି ସେ ମତ ରଖିଛନ୍ତି। ତୃତୀୟତଃ ଦେଶର ଆର୍ଥତ୍କ କ୍ଷେତ୍ରରେ ରହିଥିବା ସମସ୍ୟାକୁ ସମାଧାନ କରିବା ଉପରେ ସେ ମତ ପ୍ରକାଶ କରିଛନ୍ତି। ଅନୁଷ୍ଠାନଗୁଡିକୁ ସ୍ବାୟତ୍ତତା ଏବଂ ଅନୁଷ୍ଠାନଗୁଡିକର କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବାକୁ ସେ ନିଜ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି।
ସେ ପୁଣି କହିଛନ୍ତି ଯେ, ଦେଶର ଆର୍ଥତ୍କ ମାନ୍ଦାବସ୍ଥା ମଣିଷକୃତ କାରଣ ପାଇଁ ହୋଇଛି। ବର୍ତ୍ତମାନ ସ୍ଥିତିରେ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ଅଧିକ ମାତ୍ରାରେ ଋଣ ଉଠାଣ କରିବା ବାଧ୍ୟବାଧ୍ୟକତା ହୋଇଛି। ଏହା ଜିଡିପି ଏବଂ ଋଣ ଅନୁପାତକୁ ପ୍ରଭାବିତ କରିବ। ହେଲେ ଏହା କରିବା ଅପରିହାର୍ଯ୍ୟ। ଏଭଳି କରିବା ଦ୍ୱାରା ଜୀବିକା, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଅନେକଙ୍କ ଜୀବନ ରକ୍ଷା ହୋଇପାରିବ। ୧୯୯୦ ଦଶକରେ ଆର୍ଥତ୍କ ସଂସ୍କାର ଲାଗି ମନମୋହନ ବେଶ୍‌ ଚର୍ଚ୍ଚିତ ଥିଲେ। ସେହି ସମୟରେ ଜଗତୀକରଣ, ଉଦାରୀକରଣ ଏବଂ ଘରୋଇକରଣ ନୀତି ଲାଗୁ କରାଇ ଦେଶର ଅର୍ଥ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବାରେ ତାଙ୍କର ଯୋଗଦାନ ବେଶ୍‌ ପ୍ରଶଂସନୀୟ ଥିଲା। ଏହାବାଦ ବର୍ତ୍ତମାନରେ ପ୍ରସ୍ତାବରେ ସେ କହିଛନ୍ତି, ଦେଶ ମଧ୍ୟରେ ସାମଗ୍ରୀ ଆମଦାନୀରେ ସରକାର ବେଶି ସଂରକ୍ଷଣବାଦୀ ନ ହେବା ଆବଶ୍ୟକ। କାରଣ ଗତ ୩ ଦଶନ୍ଧିରେ ଭାରତ ଉନ୍ନତ ନୀତି ଯୋଗୁ ଅନେକ ଲାଭବାନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri