ଅର୍ଥ ବ୍ୟବସ୍ଥା ପାଇଁ ମନମୋହନଙ୍କ ୩ ମନ୍ତ୍ର

 

ନୂଆଦିଲ୍ଲୀ,୧୧।୮: ମାନ୍ଦାବସ୍ଥା ସହ କରୋନା ଜନିତ ଲକ୍‌ଡାଉନ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଏକ ସଙ୍କଟ ସମୟ ଦେଇ ଗତି କରୁଛି। ଅବସ୍ଥାକୁ ସୁଧାରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଉପରେ କାମ କରୁଛନ୍ତି। ହେଲେ ସବୁ କିଛିକୁ ଟ୍ରାକ୍‌କୁ ଫେରାଇ ଆଣିବାରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡୁଛି। ଏଭଳି ସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ୩ ନୂଆ ମନ୍ତ୍ର ଦେଇଛନ୍ତି। ଦେଶର ଆର୍ଥତ୍କ ସ୍ଥିତିକୁ ସ୍ବାଭାବିକ ସ୍ଥିତିକୁ କିଭଳି ଫେରାଇ ଆଣିହେବ ସେ ନେଇ ସେ ବିବିସିକୁ ଏକ ମେଲ୍‌ ଯୋଗେ ପ୍ରସ୍ତାବ ରଖିଥିବା ଜଣାପଡିଛି।
ପ୍ରଥମତଃ ଲୋକଙ୍କ ଜୀବିକା ସୁନିଶ୍ଚିତ କରିବା ଲାଗି ମନମୋହନ ମତବ୍ୟକ୍ତ କରିଛନ୍ତି। ଲୋକଙ୍କୁ ହାତକୁ ସିଧାସଳଖ ଟଙ୍କା ପହଞ୍ଚାଇବା ଭଳି ପଦକ୍ଷେପ ନିଆଯାଇ ପାରିଲେ ଏହାଦ୍ୱାରା ଲୋକଙ୍କର କ୍ରୟ ଶକ୍ତି ବଢିବ। ଫଳରେ ଲୋକମାନେ ଦେଶର ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଦିଗରେ ପ୍ରତ୍ୟକ୍ଷ ଭାବେ ଯୋଗଦାନ ରଖିପାରିବେ। ଦ୍ୱିତୀୟରେ ବାଣିଜି୍ୟକ ସଂସ୍ଥାଗୁଡିକ ସମ୍ପର୍କରେ ସିଂ ଗୁରୁତ୍ୱାରୋପ କରିଛନ୍ତି। କାରଣ ବର୍ତ୍ତମାନ ପରିସ୍ଥିତିରେ ସଂସ୍ଥାଗୁଡିକ ଚାପର ସମ୍ମୁଖୀନ ହୋଇଛନ୍ତି। ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା ଦ୍ୱାରା ସଂସ୍ଥାଗୁଡିକୁ ସରକାର ଆଗକୁ ବଢିବାରେ ସହାୟତା କରିପାରିବେ ବୋଲି ସେ ମତ ରଖିଛନ୍ତି। ତୃତୀୟତଃ ଦେଶର ଆର୍ଥତ୍କ କ୍ଷେତ୍ରରେ ରହିଥିବା ସମସ୍ୟାକୁ ସମାଧାନ କରିବା ଉପରେ ସେ ମତ ପ୍ରକାଶ କରିଛନ୍ତି। ଅନୁଷ୍ଠାନଗୁଡିକୁ ସ୍ବାୟତ୍ତତା ଏବଂ ଅନୁଷ୍ଠାନଗୁଡିକର କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବାକୁ ସେ ନିଜ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି।
ସେ ପୁଣି କହିଛନ୍ତି ଯେ, ଦେଶର ଆର୍ଥତ୍କ ମାନ୍ଦାବସ୍ଥା ମଣିଷକୃତ କାରଣ ପାଇଁ ହୋଇଛି। ବର୍ତ୍ତମାନ ସ୍ଥିତିରେ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ଅଧିକ ମାତ୍ରାରେ ଋଣ ଉଠାଣ କରିବା ବାଧ୍ୟବାଧ୍ୟକତା ହୋଇଛି। ଏହା ଜିଡିପି ଏବଂ ଋଣ ଅନୁପାତକୁ ପ୍ରଭାବିତ କରିବ। ହେଲେ ଏହା କରିବା ଅପରିହାର୍ଯ୍ୟ। ଏଭଳି କରିବା ଦ୍ୱାରା ଜୀବିକା, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଅନେକଙ୍କ ଜୀବନ ରକ୍ଷା ହୋଇପାରିବ। ୧୯୯୦ ଦଶକରେ ଆର୍ଥତ୍କ ସଂସ୍କାର ଲାଗି ମନମୋହନ ବେଶ୍‌ ଚର୍ଚ୍ଚିତ ଥିଲେ। ସେହି ସମୟରେ ଜଗତୀକରଣ, ଉଦାରୀକରଣ ଏବଂ ଘରୋଇକରଣ ନୀତି ଲାଗୁ କରାଇ ଦେଶର ଅର୍ଥ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବାରେ ତାଙ୍କର ଯୋଗଦାନ ବେଶ୍‌ ପ୍ରଶଂସନୀୟ ଥିଲା। ଏହାବାଦ ବର୍ତ୍ତମାନରେ ପ୍ରସ୍ତାବରେ ସେ କହିଛନ୍ତି, ଦେଶ ମଧ୍ୟରେ ସାମଗ୍ରୀ ଆମଦାନୀରେ ସରକାର ବେଶି ସଂରକ୍ଷଣବାଦୀ ନ ହେବା ଆବଶ୍ୟକ। କାରଣ ଗତ ୩ ଦଶନ୍ଧିରେ ଭାରତ ଉନ୍ନତ ନୀତି ଯୋଗୁ ଅନେକ ଲାଭବାନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri