Categories: ଜାତୀୟ

ମନମୋହନଙ୍କୁ ୯୦, ମୋଦି-ରାହୁଲ ଜଣାଇଲେ ଶୁଭେଚ୍ଛା…

ନୂଆଦିଲ୍ଲୀ, ୨୬।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ତାଙ୍କର ୯୦ ତମ ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୱିଟ କରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମୁଁ ପ୍ରାର୍ଥନା କରୁଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମନମୋହନ ସିଂଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ଭାରତର ଜଣେ ଶ୍ରେଷ୍ଠ ରାଜନେତା ମନମୋହନ ସିଂ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ନମ୍ରତା, ଉତ୍ସର୍ଗୀକୃତତା ଏବଂ ଭାରତର ବିକାଶରେ ଅବଦାନର କିଛି ତୁଳନା ନାହି। ସେ ମୋ ପାଇଁ ଏବଂ ଅନ୍ୟ ଭାରତୀୟଙ୍କ ପାଇଁ ଏକ ପ୍ରେରଣାର ଉତ୍ସ। ମୁଁ ତାଙ୍କର ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି।

ମନମୋହନ ୨୬ ସେପ୍ଟେମ୍ବର ୧୯୩୨ ରେ ପଞ୍ଜାବର ଗାହ ଗ୍ରାମରେ ଦେଶ ବିଭାଜନ ପୂର୍ବରୁ ଜନ୍ମଗ୍ରହଣ କରିଥିଲେ। ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ, କେମ୍ବ୍ରିଜ ଏବଂ ଅକ୍ସଫୋର୍ଡରେ ଅଧ୍ୟୟନ କରିଥିଲେ। ଲଗାତାର ଦୁଇ ଥର ସେ ଦେଶର ପ୍ରଧାନମନ୍ତ୍ରୀ ପଦରେ କାର୍ଯ୍ୟ କରିଥିଲେ। ସେ ଜଣେ ଜଣାଶୁଣା ଅର୍ଥନୀତିଜ୍ଞ । ସେ ୧୯୯୦ ଦଶକରେ ଦେଶରେ ବ୍ୟାପକ ସଂସ୍କାର ଆରମ୍ଭ କରିଥିଲେ।

Share