Categories: ଜାତୀୟ

ଏମ୍ସରେ ଭର୍ତ୍ତି ହେଲେ ମନମୋହନ ସିଂହ

ନୂଆଦିଲ୍ଲୀ,୧୩।୧୦: ପୁଣି ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ବୁଧବାର ଏମ୍ସରେ ଭର୍ତ୍ତି କରାଯାଇଛି। ଡା. ନୀତୀଶ ନାୟକଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଛି। ତେବେ ସେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କୁହାଯାଉଛି।

ସୂଚନା ଥାଉ କି, ଚଳିତ ବର୍ଷ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ ମନମୋହନ। ଏମ୍ସରେ କିଛି ଦିନ ତାଙ୍କର ଚିକିତ୍ସା କରାଯିବା ପରେ ସେ ଡିସ୍‌ଚାର୍ଜ ହୋଇଥିଲେ। ଦୁଇ ଦିନ ପୂର୍ବେ ତାଙ୍କୁ ଜ୍ୱର ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।

Share