ରାହୁଲଙ୍କ ଭବିଷ୍ୟତ ପାଇଁ ବିପଦ ନ ଥିଲେ ମନମୋହନ, ସେଥିପାଇଁ ସୋନିଆ କରିଥିଲେ ପ୍ରଧାନମନ୍ତ୍ରୀ: ଓବାମା

ୱାଶିଂଟନ/ନୂଆଦିଲ୍ଲୀ,୧୭ ।୧୧: ଆମେରିକାର ପୂର୍ବତନ ରାଷ୍ଟ୍ର୍ରପତି ବାରାକ ଓବାମାଙ୍କ ପୁସ୍ତକ ‘ଏ ପ୍ରୋମିଜ୍‌ଡ ଲ୍ୟାଣ୍ଡ’ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ମା’ସୋନିଆ ଗାନ୍ଧୀ ତଥା ଦଳ ପାଇଁ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛି । ଓବାମା ତାଙ୍କ ପୁସ୍ତକରେ ରାହୁଲଙ୍କୁ ଏକ ନର୍ଭସ ନେତା କରିଦେଇଥିବା ବେଳେ ଏବେ ତାଙ୍କ ମା’ ସୋନିଆଙ୍କ ପାଇଁ କହିଛନ୍ତି ଯେ ସୋନିଆ ଗାନ୍ଧୀ ଏଇଥିପାଇଁ ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ କାରଣ ସେ ରାହୁଲଙ୍କ ପାଇଁ ବିଦପ ନ ଥିଲେ । ସୋନିଆ ଗାନ୍ଧୀ ବୁଝିସୁଝି ମନମୋହନଙ୍କୁ ପ୍ରଧାନମନ୍ତ୍ରୀ ଦାୟି୍‌ତ୍ୱ ଦେଇଥିଲେ । ଓବାମା ଲେଖିଛନ୍ତି ଜଣେ ନୁହେଁ ବରଂ କେତେଜଣ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବା କଥା ହେଲା ସୋନିଆ ଜାଣିଥିଲେ ମନମୋହନ ତାଙ୍କ ପୁଅ ରାହୁଲଙ୍କ ପାଇଁ କଣ୍ଟା ହେବେ ନାହିଁ । କାରଣ କୌଣସି ରାଷ୍ଟ୍ରୀୟ ରାଜନେତା ତଥା ବରିଷ୍ଠ ଶିଖ ତାଙ୍କ ୪୮ ବର୍ଷୀୟ ପୁଅ ପାଇଁ ବିପଦ ସାଜିବେ ନାହିଁ । ଯେ କି ଆସନ୍ତା ଦିନରେ ଦଳର ମୁଖ୍ୟ ହେବାକୁ ପ୍ରସ୍ତୁତ ହେଉଛନ୍ତି ।

Share