Categories: ଜାତୀୟ

ଅସୁସ୍ଥତା ଯୋଗୁ ଏଥର ସଂସଦ ଅଧିବେଶନରେ ଯୋଗଦେବେ ନାହିଁ ମନମୋହନ ସିଂ, ପି. ଚିଦାମ୍ବରମ

ନୂଆଦିଲ୍ଲୀ,୧୬।୯: କରୋନା ସମୟରେ ସଂସଦର ମୌସୁମୀ ଅଧିବେଶନ ଗତ ସୋମବାରଠାରୁ ଆରମ୍ଭ ହୋଇଛି। ଖରାପ ସ୍ବାସ୍ଥ୍ୟବସ୍ଥା ଯୋଗୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଏଥର ରାଜ୍ୟ ସଭାରେ ଯୋଗଦେବେ ନାହିଁ ବୋଲି ଜଣାପଡିଛି। ବୁଧବାର ଦିନ ରାଜ୍ୟ ସଭା କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଚେୟାରମ୍ୟାନ ଏମ ଭେଙ୍କୟା ନାଇଡୁ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ କିଛି ସଦସ୍ୟଙ୍କଠାରୁ ଚିଠି ଆସିଛି ଯେଉଁଥିରେ ସ୍ବାସ୍ଥ୍ୟଗତ କାରଣରୁ ଚଳିତ ଅଧିବେଶନରେ ଅଂଶଗ୍ରହଣ କରିବାରେ ତାଙ୍କର ଅକ୍ଷମତା ଦର୍ଶାଇ ଗୃହରୁ ଅନୁମତି ମାଗିଛନ୍ତି।
ନାଇଡୁ କହିଛନ୍ତି ଯେ ସେ ମନମୋହନ ସିଂ, ପି ଚିଦାମ୍ବରମ, ଓସ୍କାର ଫର୍ଣ୍ଣାଣ୍ଡିସ, ହିଶେ ଲାଚୁଙ୍ଗପା, ମାନସ ରଂଜନ ଭୁୟାଁ, ଅମ୍ବୁମଣି ରାମାଦାସ, ସୁଶୀଲ କୁମାର ଗୁପ୍ତା, କ୍ୟାପ୍ଟଟେନ୍‌ ଭି ଲକ୍ଷ୍ମୀ କାନ୍ତାରାଓ, ପରିମଲ ନଥୱାନି, ମହେନ୍ଦ୍ର ପ୍ରସାଦ, କେଜେ କେନେଙ୍କଠାରୁ ଚିଠି ପାଇଛନ୍ତି। ଏହି ସଦସ୍ୟମାନେ ମୌସୁମୀ ଅଧିବେଶନରେ ପ୍ରକ୍ରିୟାରେ ଭାଗ ନେବାକୁ ସେମାନଙ୍କର ଅକ୍ଷମତା ପ୍ରକାଶ କରିଥିଲେ। ଗୃହ ଏହି ସଦସ୍ୟମାନଙ୍କୁ ଅନୁପସ୍ଥିତ ରହିବାକୁ ଅନୁମତି ଦେଇଥିବା ନାଇଡୁ କହିଛନ୍ତି।

Share