ପାଣି ବୋହି ପରିବାର ଚଳାଉଛନ୍ତି ମନମୋହନ

ଖୋର୍ଦ୍ଧା ଅଫିସ,୨୧ା୧୨: ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ ହେବ। ଏଥିପାଇଁ ରାଜ୍ୟ ସରକାର ନିକଟରେ ଓଡ଼ିଶା କନକ୍ଲେଭ ଆୟୋଜନ କରିଥିଲେ। ତେବେ ରାଜ୍ୟରେ ଏମତି ବି ପରିବାର ଅଛନ୍ତି ଯେଉଁମାନେ ଦିନରାତି ପରିଶ୍ରମ କରି ଦୁଇଓଳି ଖାଇବା ପାଇଁ ଯୋଗାଡ଼ କରୁଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ଏମାନଙ୍କ ପାଇଁ ସ୍ବପ୍ନ। ଖଟିଲେ ଏମାନଙ୍କ ପରିବାର ଚଳେ। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ମନମୋହନ ସେନାପତି। ବୟସ ୪୫ ଟପିଲାଣି। ମା’ବାପା, ସ୍ତ୍ରୀ ଓ ଝିଅପୁଅଙ୍କୁ ନେଇ ତାଙ୍କ ପରିବାର। ନିଜ ଘର କଟକ ଜିଲା ବାଙ୍କୀ ତୁଳସୀପୁର ଅଞ୍ଚଳରେ ହୋଇଥିବା ବେଳେ ଗତ କିଛି ବର୍ଷ ହେବ ପରିବାର ସହ ଖୋର୍ଦ୍ଧାକୁ ଆସି ସ୍ଥାନୀୟ ତଳସାହିରେ ଭଡାରେ ରହୁଛନ୍ତି। ସେ ଦୈନିକ ୩୦ରୁ ୪୦ ଦୋକାନକୁ ପ୍ଲାଷ୍ଟିକ ଜାରରେ ପାଣି ଭର୍ତ୍ତି କରି ଲୁନାରେ ପହଞ୍ଚାଇ ରୋଜଗାର କରିଥାନ୍ତି। ବ୍ୟସ୍ତବହୁଳ ଜୀବନରେ ସେ କେବେ ଥକି ପଡିନାହାନ୍ତି କିମ୍ବା ପଛକୁ ଫେରି ଚାହିଁ ନାହାନ୍ତି ବୋଲି ମନମୋହନ କହିଛନ୍ତି। ସେ ଆହୁରି କହିଛନ୍ତି, ଆର୍ଥିକ ଅନଟନରୁ ଅଧିକ ପାଠପଢିପାରିଲି ନାହିଁ। ଯୁବାବସ୍ଥାରେ ପରିବାର ଚଳାଇବା ପାଇଁ ବାହାର ରାଜ୍ୟକୁ ଯାଇଥିଲି। ପରେ ବୃଦ୍ଧ ମା’ବାପାଙ୍କ ସେବା ଲାଗି ଘରକୁ ପଳାଇ ଆସିଲି। ପରିବାର ପୋଷଣ ପାଇଁ କାମ ଅନ୍ବେଷଣରେ ଖୋର୍ଦ୍ଧାକୁ ଆସିଥିଲି। କାହା ପାଖରେ କାମ କରିବା ପରିବର୍ତ୍ତେ ଦୋକାନମାନଙ୍କୁ ପାଣି ଯୋଗାଇବା ଲାଗି ମନସ୍ଥ କରି ଆରମ୍ଭ କରିଥିଲି। ଏହାରି ମଧ୍ୟରେ ୧୦ବର୍ଷ ବିତିଗଲାଣି। ସେତେବେଳେ ପ୍ଲାଷ୍ଟିକ ଜାର ପିଛା ୫ଟଙ୍କା ନେଉଥିଲି। ଏବେ ୧୦ଟଙ୍କା ନେଉଛି। ଦୈନିକ ପ୍ରାୟ ୭ଶହରୁ ୮ଶହ ଲିଟର ପାଣି ଦୋକାନୀମାନଙ୍କୁ ଯୋଗାଉଥିବା କହିଛନ୍ତି। ସରକାରୀ ଯୋଜନା ପାଇବା ପାଇଁ ପ୍ରଶାସନିକ କାର୍ଯ୍ୟାଳୟକୁ ବାରମ୍ବାର ଦୌଡିବାକୁ ପଡିବ। ସମୟ ନ ଥିବାରୁ ଯୋଜନା ପାଇବାରୁ ବଞ୍ଚିତ। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଛି। କାମରେ ଛୋଟବଡ ନାହିଁ। ଦୋକାନରେ ପାଣି ପହଞ୍ଚାଇ ଦେଲେ ମାଲିକମାନେ ଖୁସି ହେଉଛନ୍ତି। ହସଖୁସିରେ ଦିନ କଟିଯାଉଛି। ଅବସର ସମୟରେ ପରିବାର ଏବଂ ଠାକୁରଙ୍କ ପୂଜାପାଠରେ ସମୟ ବିତିଯାଉଛି ବୋଲି ମନମୋହନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri