ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ୧୫ ଦିନରେ ତୃତୀୟ…

କୋଲକାତା: ବଙ୍ଗଳା ଫିଲ୍ମଜଗତକୁ ଲାଗିଛି ପୁଣି ଏକ ଝଟକା। ଶୁକ୍ରବାର ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ମଞ୍ଜୁଷା ନିୟୋଗୀ। ଏହାକୁ ମିଶାଇ ପନ୍ଦର ଦିନ ମଧ୍ୟରେ ୩ ଅଭିନେତ୍ରୀ ଆତ୍ମହତ୍ୟା କଲେଣି। ପୂର୍ବରୁ ପଲ୍ଲବୀ ଦେ’ ଓ ବିଦିଶା ମଜୁମଦାର ନାମ୍ନୀ ୨ ଅଭିନେତ୍ରୀ ଜୀବନ ହାରିଥିବା ବେଳେ ଏବେ ସମାନ ବାଟ ଆପଣାଇଛନ୍ତି ଅଭିନେତ୍ରୀ ମଞ୍ଜୁଷା। ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ହେଲେ ବିଦିଶା ଓ ମଞ୍ଜୁସା ଉଭୟ ବେଶ ଘନିଷ୍ଠ ବାନ୍ଧବୀ ବୋଲି ଜଣାପଡ଼ିଛି। ଏଣୁ ତିନି ଦିନ ମଧ୍ୟରେ ଜଣକ ପରେ ଜଣେ ଆତ୍ମହତ୍ୟା କରିବା ଘଟଣାକୁ ଅଧିକ ରହସ୍ୟାବୃତ୍ତ କରିଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

Share