Posted inଫୁରସତ

ଅଭିନୟ ମାୟାରେ ମଞ୍ଜୁଲତା

ଦୀର୍ଘ ୬ଦଶନ୍ଧି ଧରି ମଞ୍ଚକଳାକୁ ନେଇ ତାଙ୍କର ଦୁନିଆ, ତାଙ୍କ ଜୀବନ ଓ ସ୍ବପ୍ନ। ଥିଏଟର, ଅପେରା, ରେଡିଓ, ଟିଭି ଓ ସିନେମା ଆଦି ବିଭିନ୍ନ କଳା କ୍ଷେତ୍ରରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଜିଣିପାରିଛିି। ତାଙ୍କୁ ଯେଉଁ ଚରିତ୍ର ଦିଆଯାଏ ସେଇ ଚରିତ୍ରକୁ ନେଇ ତାରି ଭିତରେ ସେ ହଜି ଯାଆନ୍ତି। ଏଥିଯୋଗୁ ତାଙ୍କର ବଳିଷ୍ଠ ଅଭିନୟ ଓ ସଂଳାପ ସମସ୍ତ ବର୍ଗର ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥାଏ। ଏଥିପାଇଁ ତାଙ୍କୁ ମିଳିଛି ବହୁ ପୁରସ୍କାର ଓ ସମ୍ମାନ। ସେ ହେଲେ- ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ନାଟକମଞ୍ଚର ବିଶିଷ୍ଟ ସଫଳ ଅଭିନେତ୍ରୀ ମଞ୍ଜୁଲତା ପ୍ରଧାନ।

ପରିବାର- ସ୍ବାମୀ ବିଜୟଚନ୍ଦ୍ର ଭୂୟଁା, ଯେ କି ଜଣେ କଳାକାର ଓ ନାଟ୍ୟ ନିର୍ଦ୍ଦେଶକ, ଆଉ ମୋର ଦୁଇପୁଅ ଅଛନ୍ତି। ଗୋଟିଏ ଝିଅ ଥିଲା ଭଲ ଓଡ଼ିଶୀ ନାଚୁଥିଲା, ହେଲେ ବହୁତ କମ୍‌ ବୟସରେ ସେ ଆମକୁ ଛାଡି ଚାଲିଗଲା। ତା’ ଦୁଃଖରେ ମୁଁ ସର୍ବଦା ଅନ୍ୟମନସ୍କ ହୋଇପଡ଼େ।

ପିଲାଦିନ- ମଞ୍ଜୁଲତାଙ୍କ ପିତା ଅପର୍ତ୍ତି ପ୍ରଧାନ, ମା’ ଅହଲ୍ୟା ଦେବୀ। ଘର ପୁରୀ ଜିଲାର ଚନ୍ଦନପୁର ଗାଦିସାହିରେ। ସେ କୁହନ୍ତି, ‘ମା’ବାପଙ୍କର ମୁଁ ଏକମାତ୍ର ଝିଅ, ଆଉ ମୋର ଜଣେ ଭାଇ। ମୋତେ ୬/୭ବର୍ଷ ହୋଇଥିବାବେଳେ ମୋ ବାପାଙ୍କ ମୃତ୍ୟୁ ହୋଇଥିଲା। ଏମିତିରେ ବୋଉ ହିଁ ଆମର ସବୁକିଛି ଦାୟିତ୍ୱ ତୁଲାଉଥିଲା। କଳାକାରହେବା ପାଇଁ ମୋର ସେମିତି କିଛି ଆଶା ନ ଥିଲା। ପ୍ରାୟ ୧୯୫୫ମସିହାର କଥା। ସେତେବେଳେ ଆମ ଗାଁ ଚନ୍ଦନପୁର ଉ:ପ୍ରା: ସ୍କୁଲରେ ମୁଁ ୪ର୍ଥ/୫ମରେ ପଢୁଥାଏ। ସେହି ସମୟରେ ମୁଁ ପ୍ରଥମ କରି ‘ପେଟୁ’ ନାମକ ଏକଏକାଙ୍କିକାରେ ଅଭିନୟ କରିଥିଲି। ତା’ପରେ ଦିନେ ପାଖ ଗାଁର ମୃଦଙ୍ଗବାଦକ ଗୁରୁ ବନମାଳୀ ମହାରଣା ଆମଘରକୁ ଆସି ମୋ ବୋଉଙ୍କୁ କହିଲେ- ନାନୀ, ଝିଅକୁ ସଂଗୀତ ଶିକ୍ଷା ପାଇଁ ଛାଡ଼ୁନୁ। ମାତ୍ର ବୋଉ ଟିକେ ଆଗପଛ ହୋଇଥିଲା। କାରଣ ଘରର ମୁରବି ତଥା ବାପା ନ ଥିଲେ। କାଳେ କିଏ କ’ଣ ଭାବିବ ସେହି ଚିନ୍ତା ତାଙ୍କୁ ଘାରୁଥିଲା। ସେ ଯାହା ହେଉ ମା’ ମତେ ସଂଗୀତ ଶିକ୍ଷାପାଇଁ ଛାଡ଼ିଥିଲେ।

ସଙ୍ଗିତ ନୁହେଁ ଅଭିନୟରେ କମେଇଲେ ନାଁ- ୧୯୬୭/୬୮ମସିହାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ନୃତ୍ୟରେ ଶିକ୍ଷାଲାଭ କଲି। ପରେ ହିନ୍ଦୁସ୍ଥାନୀ ଭାଓଲିନରେ ବି ୨ବର୍ଷ କୋର୍ସ କଲି। ହେଲେ ବିଧିର ବିଧାନ ବୋଧେ ଥିଲା ଭିନ୍ନ ଓଡ଼ିଶୀ କି ହିନ୍ଦୁସ୍ତାନୀରେ ନୁହେ ବରଂ ଅଭିନୟରେ ମତେ ମିଳିଲା ସୁଯୋଗ। ମୋର ପ୍ରଥମ ନାଟକ ଥିଲା ‘ଚିତ୍ରଲେଖା’ ଓ ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୂରବିନ୍ଦୁ’। ଏହି କ୍ଷେତ୍ରରେ ଆଗେଇବା ପାଇଁ ମତେ ନାଟ୍ୟକାର ଭୁବନେଶ୍ୱର ମହାପାତ୍ର ଓ ପ୍ରଭାତି କୁମାରୀ ପଟ୍ଟନାୟକଙ୍କଠାରୁ ପ୍ରେରଣା ମିଳିଥିଲା। ପରେ ଏକ ଘଟଣାକ୍ରମେ ମତେ ଟିଭି ଧାରାବାହିକ ‘ସମ୍ପର୍କ’ ପାଇଁ ନେଗେଟିଭ ଚରିତ୍ରର ଅଫର୍‌ ମିଳିଲା। ଏହି ଧାରାବାହିକରେ ପ୍ରାୟ ୩୯୮ଟି ଏପିସୋଡରେ ଅଭିନୟ କରୁଥିବା କଳାକାର ଜଣଙ୍କ ଶରୀର ଅସୁସ୍ଥ ଯୋଗୁ ତାଙ୍କ ସ୍ଥାନରେ ସେହି ଅଭିନୟଟି କରିବାକୁ ଅଜିତ ସାର (ଅଜିତ ଦାସ) ମତେ ସୁଯୋଗ ଦେଇଥିଲେ। ପ୍ରଥମେ ଅରାଜି ହେଉଥିଲି। କାରଣ ଏତେଗୁଡ଼ିଏ ଏପିସୋଡରେ ଅଭିନୟ କରିସାରିଥିବା ସେହି କଳାକାରଙ୍କ ସ୍ଥାନ ମୁଁ ପୂରଣ କରିପାରିବି କି ନାହିଁ। ଆଉ ଦର୍ଶକ ମତେ ଗ୍ରହଣ କରିବେ କି ନାହିଁ ବୋଲି ମତେ ଡର ଲାଗୁଥିଲା। ହେଲେ ଭଗବାନଙ୍କ ଦୟାରୁ ମୋ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା। ଏହାପୂର୍ବରୁ ‘ସିନ୍ଦୂରବିନ୍ଦୁ’ ଚଳଚିତ୍ର ପାଇଁ ମତେ ନାୟିକାଭାବେ ମଧ୍ୟ ଚିନ୍ତା କରାଯାଇଥିଲା। ମାତ୍ର କୌଣସି କାରଣରୁ ସେଥିରେ ନାୟିକା ନ ହୋଇ ପାର୍ଶ୍ୱନାୟିକା ଭାବେ ସୁଯୋଗ ଦିଆଯାଇଥିଲା। ଏଥିରେ ‘ଅଦିନ ମଲ୍ଲୀ ମହକ, କି କଲା କୁହୁକ…’ ଗୀତରେ ରଙ୍ଗ ଚରିତ୍ର ଭୂମିକାରେ ଅଭିନୟ କରିଥିଲି। ସମୟକ୍ରମେ ସିନେମା, ଅପେରା, ଯାତ୍ରା, ରେଡିଓ, ଟିଭିରେ, କ୍ଷୁଦ୍ର ନାଟକ ଆଦିରେ ବିଭିନ୍ନ ଅଭିନୟ କରିସାରିଛି। ସଚ୍ଚି ଦାସଙ୍କ ଉଦ୍ୟମରେ ମୁଁ ଅପେରାରେ ପାଦ ଦେଇଥିଲୁ। ଅପେରା ମଧ୍ୟରେ ଉତ୍ତରାଣୀ (ସାତଶଙ୍ଖ) ଉତ୍କଳ ଅପେରା, ଓଡ଼ିଶା ଅପେରା, ତୁଳସୀ, ଗୌରୀ, ବାଣେଶ୍ୱରୀ, ଧଉଳି, ନଗେଶପୁର ଆଦି ପ୍ରାୟ ୯ଟି ଅପେରାରେ ମତେ କାମ କରିବାର ସୁଯୋଗ ମିଳିଛି। ସେଥିରୁମଧ୍ୟରୁ କିଛି ହେଉଛି- ‘ଗୋଟିଏ ପଇସା’, ‘ବଳିବାମନ’, ‘ଛତ୍ରପତି ଶିବାଜୀ’, ‘କାଗଜଫୁଲ’, ‘କନିଆ ଯାଉଛି କାଞ୍ଚନଘର’, ‘କଥା ରହିଲା ମୋ ମଗୁଶୁରକୁ’, ‘ଠକେଇ ଦେଲା ଠକ ପାଲିଙ୍କିରେ ବସେଇ ଦେଲା’, ‘ଭୁବନେଶ୍ୱର ତତେ ଦୂରୁ ଜୁହାର‘ ଇତ୍ୟାଦି ନାଟକ। ଚଳଚ୍ଚିତ୍ର ମଧ୍ୟରେ- ‘ସିନ୍ଦୂରବିନ୍ଦୁ’, ‘ଚିଲିକା ତୀରେ’, ‘ସାକ୍ଷୀଗୋପୀନାଥ’, ‘ଲାଲପାନ ବିବି’, ‘ମୋ ଭାଇ ଜଗା’, ‘ବାହୁଡ଼ିବେ ମୋ ଜଗାବଳିଆ’ ଆଦି ୧୪ଟି ଚଳଚ୍ଚିିତ୍ରରେ ଅଭିନୟ କରିସାରିଛି। ମଞ୍ଚ ନାଟକ ମଧ୍ୟରେ ‘ପେଟୁ’, ‘ଆତ୍ମାଲିପି’, ‘ଦୁଃଖ ନଦୀର ତୀରେ’, ‘ଉର୍ବଶୀ’, ‘କୁଳଚନ୍ଦ୍ରମା’, ‘ବାରବଧୂ’, ‘ଭାଇଭାଉଜ’, ‘ବଳିଦାନ’, ‘ରାଜମୁକୁଟ’, ‘ମୟୂର ସିଂହାସନ’, ‘କୃଷ୍ଣ ସୁଦାମା’, ‘ମୂଲିଆ’, ‘ମୃଗୟା’, ‘ବାଡ଼ୁଅ ଝିଅ’, ‘ତଥାପି ଅସହାୟ’, ‘ରାମଦାସ ତମେ ହାରିଗଲ’, ‘ଗୋପନକଥା’, ‘କୃଷ୍ଣ ଚୂଡ଼ାର ହସ’, ‘ଆକାଶକଇଁଆ ଚିଲିକା ମାଛ’, ‘ସବୁ ସରିଗଲା ପରେ’, ‘ଭକ୍ତ ସାଲବେଗ’, ‘ଖଇକଉଡ଼ି’, ‘ବଗୁଲୀ ଝରାଏ ଲୁହ’, ‘ଆ ଜହ୍ନମାମୁ ସରଦଶଶୀ’, ‘ଏଠି ସେଠି ସବୁଠି’, ‘ପୃଥ୍ବୀରାଜ ସଂଯୁକ୍ତା’, ‘ଅଡ଼ୁଆ ସୂତା’, ‘ଆଜି ବି ଧରମା କାନ୍ଦୁଛି’, ‘କାରୁବାକି, କଂସା କବାଟ’, ‘ନିଝୁମରାତିର ସାଥୀ’, ‘କଣ୍ଢେଇସାଜିଛି କନିଆରାଣୀ’, ‘କାହାଣୀ ନୁହେଁ ଏ ନାଟକ’, ‘ରେବତୀ’, ‘ଛମାଣ ଆଠଗୁଣ୍ଠ’, ‘ବୁଢାଶଙ୍ଖାରୀ’, ‘ଗୀତ ଗୋବିନ୍ଦ’, ‘ମୁଠାଏ ମାଟି’, ‘ନର୍କରୁ ନିର୍ମାଲ୍ୟ’, ‘ଅନ୍ଧ ଦେଶେ ଗଲି ଦର୍ପଣ ବିକି’, ‘କିଏ ଯୋଡ଼ି ଦେବ ଭଙ୍ଗା ଚୁଡ଼ିକୁ’, ‘ଲାଲ ଟୁକୁଟୁକୁ ସାଧବ ବୋହୂ’, ‘ସିନ୍ଦୂର କହିବ ସ୍ବାମୀ କାହାର’, ‘ଶଙ୍ଖହୁଳହୁଳି ବନ୍ଦାଣ ଥାଳି’, ‘ଶେଷ ଶ୍ରାବଣ’ ଆଦିରେ ଅଭିନୟ କରିଛି। ବେତାର ନାଟକରେ ରହିଛି- ‘ଉତ୍କଳର ବର୍ଗି’, ‘ଚିମିଣା’, ‘ଚାକିରିଆ ବୋହୂ’, ‘କାଳୀୟଦଳନ’। ଟିଭି ଧାରାବାହିକରେ ‘ଅଧିକାର’, ‘କିଛିକଥା’, ‘ମା’ ସନ୍ତୋଷୀ’, ‘ବସୁନ୍ଧରା’, ‘ପଣତକାନି’, ‘ବଡ଼ଘର ବଡ଼ ଗୁମରକଥା’, ‘ମାଉସୀ’, ‘ସମ୍ପର୍କ, ଭାଗ୍ୟବିଧାତା’, ‘ତାସ୍‌ର ଘର’, ‘ଦାମିନି’, ‘ଦେବୀ’, ‘ବୋହୂ’, ‘ଉତ୍ତରଦାୟୀ’, ‘ମାଟି ବୈକୁଣ୍ଠ’, ‘ସିଂହଦ୍ୱାର’ ଆଦିରେ ଅଭିନୟ କରିଛି। ସେହିପରି ଗୀତିନାଟ୍ୟରେ- ‘ସତୀ ଅନୁସୟା’, ‘ଚନ୍ଦ୍ରଭାଗା’, ‘ମହିଷାମର୍ଦ୍ଦିନୀ’, ‘ଗଙ୍ଗା ଅଭିଶାପ’ ଆଦିରେ ଅଭିନୟ କରିସାରିଛି। ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ସବ୍ୟସାଚୀ ମହାପାତ୍ର, ଶିଶିର ମିଶ୍ର, ରଜନୀକାନ୍ତ, ବିପ୍ଳବ ରାୟଚୌଧୁରୀଙ୍କ ପ୍ରମୁଖଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବାର ସୁଯୋଗ ମିଳିଛି। ମଞ୍ଚନାଟକ ନିର୍ଦ୍ଦେଶକ ଭାବେ ଅଜିତ ଦାସ, ଗଦାଧର ବାରିକ, ନିତ୍ୟାନନ୍ଦ ମିଶ୍ର, ବଟକୃଷ୍ଣ ଗୋସ୍ବାମୀ, ରାମଚନ୍ଦ୍ର ପ୍ରତିହାରୀ, କ୍ଷୀରୋଦ ଚନ୍ଦ୍ର ମିଶ୍ର, ଦୁର୍ଲଭ ସିଂ, ଲାଲା ବିରେନ୍‌, ଜର୍ଜ ତିଆଡ଼ି, ଗୋପାଳ ଦେ ପ୍ରମୁଖଙ୍କ ନିର୍ଦ୍ଦେଶନାରେ ଅଭିନୟ କରିଛି। ଘ

ପୁରସ୍କାର- ଦଶ ମହାବିଦ୍ୟା ନାଚ ପାଇଁ ୧୯୭୧/୭୨/୭୪ମସିହାରେ ପୁରସ୍କୃତ, ମୃଗୟା ନାଟକ ପାଇଁ ଦିଲ୍ଲୀରୁ ୧୯୭୭ରେ, କାଳିନୃତ୍ୟ ନାଟ୍ୟ ସଂସଦ (ସଂଗୀତ ନାଟକ ଏକାଡେମୀ ତରଫରୁ ୧୯୭୭ରେ, ଆତ୍ମାଲିପି ଓ ରାଜ ନର୍ତ୍ତକୀ ପାଇଁ ପୁରସ୍କୃତ ହୋଇଛି। ଏମିତି ବିଭିନ୍ନ ସଂସ୍ଥାରୁ ଶତାଧିକ ପୁରସ୍କାର ଓ ସମ୍ମାନ ମିଳିଛି। ତେବେ ଓଡ଼ିଶା ସଂଗୀତ ନାଟକ ଏକାଡେମୀରୁ ୨୦୧୨ରେ ମଧ୍ୟ ପୁରସ୍କୃତ ହୋଇଛି।

ଶେଷରେ- ମୁଁ ଜଣେ ଅଭିନେତ୍ରୀ। ଅଭିନୟ ହିଁ ମୋ ଜୀବନ। ମୋ ଜୀବନ ଥିବାଯାଏ ରଙ୍ଗମଞ୍ଚରେ ଅଭିନୟ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ମତେ ମିଳୁଥାଉ। ଆଉ ଗୋଟିଏ କଥା କଳା ଏକ ସାଧନା। ତେଣୁ ଯିଏ ବି ଏହାକୁ ଆପଣେଇବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଉପଯୁକ୍ତ ତାଲିମ ନେବାର ଆବଶ୍ୟକତା ରହିଛି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri