ମନୀଷ୍‌ ଦାସ ହତ୍ୟାକାଣ୍ଡ ମାମଲା: ୩୦୦ରୁ ଊର୍ଦ୍ଧ୍ୱ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ

ଭୁବନେଶ୍ୱର,୧୨ା୨(ବ୍ୟୁରୋ): ବହୁଚର୍ଚ୍ଚିତ ମନୀଷ୍‌ ଦାସ ହତ୍ୟାକାଣ୍ଡ ମାମଲାରେ ଚାର୍ଜଶିଟ୍‌ ଦାଖଲ ହୋଇଛି। ଇନ୍‌ଫୋସିଟି ଥାନା ପୋଲିସ ପକ୍ଷରୁ ୩୦୦ରୁ ଅଧିକ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରାଯାଇଛି। ମାମଲାରେ ୩ ଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ପୋଲିସ ଦର୍ଶାଇଛି। ମନୀଷ୍‌ଙ୍କ ୩ ବନ୍ଧୁ ଦୀନେଶ, ମୃତ୍ୟୁଞ୍ଜୟ ଓ ଅମରିତଙ୍କୁ ହତ୍ୟାକାରୀ ବୋଲି ଦର୍ଶାଇଛି। ବ୍ୟବଚ୍ଛେଦ ରିପୋର୍ଟ, ଡାଏଟମ୍‌ ରିପୋର୍ଟ, ଭିସେରା ରିପୋର୍ଟରୁ ମିଳିଥିବା ତଥ୍ୟ ଚାର୍ଜଶିଟରେ ଉଲ୍ଲେଖ ରହିଛି।
ଉଲ୍ଲେଖଯୋଗ୍ୟ, ୨୦୨୧ ଅକ୍ଟୋବର ୯ ତାରିଖରେ ହୋଟେଲରେ ବିଲ୍‌ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ମାର୍‌ପିଟ ବେଳେ ସାଙ୍ଗମାନଙ୍କ ମାଡ଼ରେ ମନୀଷ୍‌ଙ୍କ ମୃତ୍ୟୁ ହୋଇଥିଲା। ତା’ ପରଦିନ ଅର୍ଥାତ୍‌ ୧୦ ତାରିଖରେ ପାତ୍ରପୁର ନିକଟ ଏକ ପୋଖରୀରୁ ମନୀଷ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।