Categories: ଜାତୀୟ

ମନୀଷଙ୍କ ପୁସ୍ତକ ବମ୍‌

ନୂଆଦିଲ୍ଲୀ,୨୩।୧୧: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନ କରିବାରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୀଷ ତିଓ୍ବାରି ମନମୋହନ ସିଂ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି। ମନୀଷ ତିୱାରୀ ତାଙ୍କ ପୁସ୍ତକରେ ପୂର୍ବତନ କଂଗ୍ରେସ ସରକାରଙ୍କୁ ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଯେ ମୁମ୍ବାଇ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଆପଣ ନିଜର ଦୁର୍ବଳତା ଦେଖାଇଛନ୍ତି। ମନମୋହନ ସିଂ ସରକାର ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌ ଥିଲା। ଏପରି ଏକ ସମୟ ଆସେ ଯେତେବେଳେ କାର୍ଯ୍ୟ ଶବ୍ଦଠାରୁ ଅଧିକ କହିଥାଏ ବୋଲି ସେ ପୁସ୍ତକରେ ଲେଖିଛନ୍ତି। କେବଳ ଏତିକି ନୁହେଁ, ମନୀଷ ତିୱାରୀ ତାଙ୍କ ପୁସ୍ତକରେ ମୁମ୍ବାଇ ଆକ୍ରମଣକୁ ଆମେରିକାର ୯/୧୧ ସହିତ ତୁଳନା କରିଥିଲେ ଏବଂ କହିଥିଲେ ଯେ ଭାରତ ସେତେବେଳେ ଆମେରିକା ଭଳି ପ୍ରତିଶୋଧ ନେବା ଉଚିତ୍‌ ଥିଲା। ତାଙ୍କ ପୁସ୍ତକର ନାଁ 10 Flash Points; 20 Years National Security Situations that Impacted India। ପୁସ୍ତକ ବିଷୟରେ ମନୀଷ ତିଓ୍ବାରୀ କହିଛନ୍ତି ଯେ, ମୋର ଚତୁର୍ଥ ପୁସ୍ତକ ଶୀଘ୍ର ବଜାରକୁ ଆସିବ ଏହା ଘୋଷଣା କରି ମୁଁ ଖୁସି। ଗତ ୨୦ ବର୍ଷ ମଧ୍ୟରେ ଭାରତ ସାମ୍ନା କରିଥିବା ପ୍ରମୁଖ ଜାତୀୟ ସୁରକ୍ଷା ଆହ୍ବାନକୁ ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି।

Share