Categories: ଜାତୀୟ

ଏପ୍ରିଲ ୧୭ ଯାଏ ନ୍ୟାୟିକ ହେପାଜତରେ ରହିବେ ସିସୋଡିଆ

ନୂଆଦିଲ୍ଲୀ,୫।୪: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ପାଇଁ ପୁଣି ଅଡୁଆ ବଢିଲା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବୁଧବାର ରୌଜ ଏଭିନ୍ୟୁ କୋର୍ଟ ଇଡି ମାମଲାରେ ତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି।

ସୂଚନାଯୋଗ୍ୟ, ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମାମଲାର ନ୍ୟାୟିକ ହେପାଜତ ଆଜି ଶେଷ ହେଉଥିବା ବେଳେ ଇଡି ସିସୋଡିଆଙ୍କୁ ନେଇ ଦିଲ୍ଲୀ ରୌଜ ଏଭିନ୍ୟୁ କୋର୍ଟରେ ହାଜର ହୋଇଥିଲା। ତେବେ ପକ୍ଷ ଏବଂ ବିପକ୍ଷ ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ ରେ ହେବ। ଏହା ସହିତ ସିସୋଡିଆ ମଧ୍ୟ ସିବିଆଇ ମାମଲାରେ ନ୍ୟାୟିକ ହେପାଜତରେ ଅଛନ୍ତି।

Share