Categories: ଜାତୀୟ

ସିବିଆଇ ପରେ ସିସୋଡିଆଙ୍କ ଘରେ ପହଞ୍ଚିପାରେ ଇଡି, ମନି ଲଣ୍ଡରିଂ ମାମଲାର ହୋଇପାରେ ଯାଞ୍ଚ

ନୂଆଦିଲ୍ଲୀ,୨୦ ।୮: ସିବିଆଇ ଟିମ ପକ୍ଷରୁ ଶୁକ୍ରବାର ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଘରେ ଚଢାଉ କରାଯାଇଥିଲା । ୧୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଚଢାଉ ପରେ ସିବିଆଇ ଟିମ ତାଙ୍କ ଘରୁ ବାହାରିଥିଲେ । ହେଲେ ଏତିକିରେ ବୋଧେ ସିସୋଡିଆଙ୍କ ସମସ୍ୟାର ଶେଷ ହେଉନାହିଁ ।
ଗୋଟିଏ ପଟେ ଆମ ଆଦମୀ ପାର୍ଟି ସିସୋଡିଆଙ୍କ ଘରେ ଚଢାଉକୁ ପ୍ରତିଶୋଧର ରାଜନୀତି କହୁଥିବା ବେଳେ ଅନ୍ୟପଟେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅବକାରୀ ନୀତିରେ ମନିଲଣ୍ଡରିଂ ମାମଲାର ଯାଞ୍ଚ କରିପାରେ ବୋଲି କୁହାଯାଉଛି । କୁହାଯାଉଛି କି ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିର ପ୍ରସ୍ତୁତି ଓ ଏହାକୁ ଲାଗୁ କରିବାକୁ ନେଇ ଇଡି ମନଲଣ୍ଡରିଂ ବା ଅର୍ଥ ହେରଫେର ଦିଗରେ ତଦନ୍ତ ଆରମ୍ଭ କରିପାରେ ।
ହେଲେ ଏକ ଆଶ୍ୱସ୍ତିକର ବିଷୟ ହେଉଛି, ମନି ଲଣ୍ଡରିଂର ତଦନ୍ତ ପୂର୍ବରୁ ସିବିଆଇ ଏହି ଘଟଣାର ସବିଶେଷ ତଥ୍ୟ ତଥା ବିଭିନ୍ନ ସରକାରୀ ଅଧିକାରୀ ତଥା ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଯାଞ୍ଚ କରିବ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏକ ଏଫଆଇଆର ଦାଖଲ କରିବା ପରେ ସବିଆଇ ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଓ ଆଇଏଏସ ଆରବ ଗୋପୀ କୃଷ୍ଣଙ୍କ ଘର ବ୍ୟତୀତ ୧୯ଟି ସ୍ଥାନରେ ଚଢାଉ କରିଥିଲା ।

Share