Categories: ଜାତୀୟ

ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କଲେ ସିସୋଡିଆ

ନୂଆଦିଲ୍ଲୀ,୫।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ତେବେ ଗୁରୁବାର ଏହି ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ମାର୍ଚ୍ଚ ୩୧ରେ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

ଅନ୍ୟପଟେ, ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମାମଲାର ନ୍ୟାୟିକ ହେପାଜତ ଆଜି ଶେଷ ହେଉଥିବା ବେଳେ ଇଡି ସିସୋଡିଆଙ୍କୁ ନେଇ ଦିଲ୍ଲୀ ରୌଜ ଏଭିନ୍ୟୁ କୋର୍ଟରେ ହାଜର ହୋଇଥିଲା। ତେବେ କୋର୍ଟ ଶୁଣାଣି କରି ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

 

Share