Categories: ଜାତୀୟ

ଜେଲରେ ପରସ୍ପରକୁ ଭେଟି ପାରିବେନି ସିସୋଡିଆ-ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇଥିବା ଏଏପି ନେତା ମନୀଷ ସିସୋଡିଆ ଏବଂ ମନି ଲଣ୍ଡରିଂ ମାମଲାରେ ଗିରଫ ଥିବା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ଅଲଗା ରଖାଯିବ। ମନୀଷ ସିସୋଡିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପରେ ତିହାର ଜେଲରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଦୁହେଁ ଜେଲରେ ପରସ୍ପର ନ ଭେଟିବାକୁ ନିଷ୍ପତ୍ତି ନିଆଯାଇଛି।

ସୋମବାର ରୋଜ ଏଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ୨ ଦିନ ରିମାଣ୍ଡ ପରେ ସୋମବାର ସିସୋଡିଆ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ।

Share