Categories: ଜାତୀୟ

‘ରୋଗର ଉପହାସ କରି ହୀନ ରାଜନୀତି କରୁଛି ଭାଜପା’: ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓକୁ ନେଇ ପ୍ରତିକ୍ରିୟା ଦେଲେ ସିସୋଡିଆ

ନୂଆଦିଲ୍ଲୀ,୧୯ ।୧୧: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଏକ ପ୍ରେସ କନଫରେନ୍ସ ଜରିଆରେ ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କ ମସାଜ ବାଲା ଭିଡିଓ ମାମଲାରେ କଥା ହେବା ସମୟରେ ଭାରତୀୟ ଜନତା ପାର୍ଟି(ଭାଜପା) ହୀନ ରାଜନୀତି କରୁଛି ବୋଲି ଅଭିଯୋଗ କହିଛନ୍ତି । ସେ କହିଛନ୍ତି ସତ୍ୟେନ୍ଦ୍ର ଜୈନ ଗତ ୬ ମାସ ହେବ ଜେଲରେ ବନ୍ଦ ଅଛନ୍ତି । ଏହି ସମୟରେ ସେ ଜେଲରେ ପଡିଯିବାରୁ ତାଙ୍କ ସ୍ପାଇନରେ ଆଘାତ ଲାଗିଛି ଯାହାର ସର୍ଜରୀ କରାଯାଇଛି ।
ସିସୋଡିଆ ହସ୍ପଟାଲର କିଛି କାଗଜ ପତ୍ର ଦେଖାଇ ଦାବି କରିଛନ୍ତି ସତ୍ୟେନ୍ଦ୍ର ଜୈନଙ୍କୁ ଡାକ୍ତର ଲେଖିକରି ଦେଇଛନ୍ତି କି ତାଙ୍କୁ ଫିଜିଓଥେରାପିର ଆବଶ୍ୟକତା ରହିଛି । ଯେଉଁଥିପାଇଁ ସେ ମସାଜ କରୁଛନ୍ତି । ଭାଜପା ଦ୍ୱାରା ଜାରି କରାଯାଇଥିବା ଭିଡିଓକୁ ନେଇ ସିସୋଡିଆ ରାଗ ଜାହିର କରି କହିଛନ୍ତି, କୌଣସି ବି ରୋଗିଣା ବ୍ୟକ୍ତିଙ୍କୁ ଜେଲରେ ଏଭଳି ଆବଶ୍ୟକତା ପଡିଥାଏ । ହେଲେ ଭାଜପା ଏଭଳି ଭିଡିଓ ଜାରି କରି ଉପହାସ କରୁଛି । ପ୍ରଶ୍ନ ଉଠୁଛି ଭାଜପା ହୀନ ରାଜନୀତି କରୁଛି, ଦଳ ବହୁତ ତଳକୁ ଖସି ଆସିଛି ।

Share