Categories: ଜାତୀୟ

ଆହୁରି ୧୪ ଦିନ ଜେଲରେ ରହିବେ ମନୀଷ ସିସୋଡିଆ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆହୁରି ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସୋମବାର ସିସୋଡିଆଙ୍କୁ ଦିଲ୍ଲୀର ରୌଜ ଏଭିନ୍ୟ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରେ କୋର୍ଟ ତାଙ୍କୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ମାସ ପୂର୍ବରୁ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ସିସୋଡିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ତେବେ ସିସୋଡିଆ ନିମ୍ନ ଅଦାଲତର ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଏଏପି ଆବେଦନ କରିବାକୁ କହିଥିଲା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଡିଆଙ୍କୁ ଫେବୃୟାରୀ ୨୬ରେ ସିବିଆଇ ଗିରଫ କରିଥିଲା।

Share