Posted inଜାତୀୟ

କେନ୍ଦ୍ରକୁ ନ୍ୟାୟ ମାଗିଲେ ମଣିପୁରୀ ବିଧାୟକ

ଇମ୍ଫାଲ/ନୂଆଦିଲ୍ଲୀ,୨୯।୯:ଜୁନ୍‌ ୩ରୁ ଜାତିଆଣ ହିଂସାରେ ଜଳୁଥିବା ମଣିପୁରରେ ମେଇତି ସମ୍ପ୍ରଦାୟର ନିଖୋଜ ଛାତ୍ରୀ ଲୁଓ୍ବାଙ୍ଗ୍‌ବି ହିଜାମ୍‌ ଏବଂ ଛାତ୍ର ଫିଜାମ୍‌ ହେମନ୍‌ଜିତଙ୍କୁ ଅପହରଣ ଓ ହତ୍ୟା ଘଟଣା ଉତ୍ତେଜନା ବୃଦ୍ଧିର କାରଣ ହୋଇଛି। ମଣିପୁରର ୨୦ରୁ ଊର୍ଦ୍ଧ୍ୱ ବିଧାୟକ ଗୁରୁବାର ନୂଆଦିଲ୍ଲୀରେ ଡେରା ପକାଇଛନ୍ତି। ସେମାନେ ଏହି ଛାତ୍ରୀ ଓ ଛାତ୍ରଙ୍କ ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ଏଥିସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ତଦନ୍ତ ତ୍ୱରାନ୍ବିତ କରିବା ପାଇଁ ମଧ୍ୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି।
ମଣିପୁରର ଭାଜପା ବିଧାୟକ ରାଜକୁମାର ଇମୋ ସିଂ ଏକ୍ସ’ରେ ଲେଖିଛନ୍ତି, ଆଗାମୀ କିଛିଦିନ ଭିତରେ ଅପରାଧୀଙ୍କୁ ଗିରଫ କରି ମୃତ ଛାତ୍ରୀ ଓ ଛାତ୍ରଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ। ସେହିପରି ସଶସ୍ତ୍ର ବଳକୁ ମଧ୍ୟ ମାନବୀୟ ଢଙ୍ଗରେ ସ୍ଥିତିର ଉଚିତ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ଶ୍ରୀନଗର ଏସ୍‌ଏସ୍‌ପି ରାକେଶ ବିଲାଓ୍ବଲଙ୍କୁ ମଣିପୁରକୁ ବଦଳି କରିଛନ୍ତି। ୨୦୧୨ ବ୍ୟାଚ୍‌ର ମଣିପୁର କ୍ୟାଡର ଆଇପିଏସ୍‌ ଅଧିକାରୀ ବିଲାଓ୍ବଲ ଅନେକ ଆତଙ୍କବାଦ ନିରୋଧୀ ଅପରେଶନ୍‌ର ନେତୃତ୍ୱ ନେଇଛନ୍ତି। ତେଣୁ ଏହି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ହିଂସା ନିୟନ୍ତ୍ରଣରେ ତାଙ୍କ ଅଭିଜ୍ଞତା ସହାୟକ ହେବ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷେ ହତ୍ୟାର ଶିକାର ହୋଇଥିବା ଲୁଓ୍ବାଙ୍ଗ୍‌ବି ଏବଂ ଫିଜାମ୍‌ଙ୍କ ପରିବାର ଲୋକେ ନିଜ ନିଜ ପିଲାଙ୍କ ମୃତଦେହ ଠାବ ସହ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରିଛନ୍ତି। ସିବିଆଇ ତଦନ୍ତ ଦ୍ୱାରା ପ୍ରକୃତ ସତ ପଦାକୁ ଆସିବ ବୋଲି ୧୮ ବର୍ଷୀୟା ଝିଅ ଲୁଓ୍ବାଙ୍ଗ୍‌ବିଙ୍କ ବାପା ହିଜାମ୍‌ କୁଲାଜିତ୍‌ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri