Categories: ଜାତୀୟ

‘ଏବେ ବି ସ୍ଥିତି ଗମ୍ଭୀର, ରାଷ୍ଟ୍ରପତି ଶାସନ ଲାଗୁ କର’

ନୂଆଦିଲ୍ଲୀ,୧୧।୫: ମଣିପୁରରେ ଘଟିଥିବା ହିଂସାକାଣ୍ଡରେ ଏ ପର୍ଯ୍ୟନ୍ତ ୧୦୦ରୁ ଉର୍ଦ୍ଧ୍ୱଙ୍କର ଜୀବନ ଯାଇଛି। ତେବେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରିବାର ଆବଶ୍ୟକତା ରହିଥିବା କଂଗ୍ରେସ ନେତା ତଥା ମଣିପୁର ପ୍ରଭାରୀ ଭକ୍ତ ଚରଣ ଦାସ ମଧ୍ୟ ଦାବି କରିଛନ୍ତି। ସେ କହିଛନ୍ତି, ମଣିପୁରରେପରିସ୍ଥିତି ଏବେ ବି ଗମ୍ଭୀର। ମଣିପୁରରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୪୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୨୦ ହଜାର ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ହଜାର ହଜାର ଘର ନଷ୍ଟ ହୋଇଯାଇଛି। ରାଜ୍ୟରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର। ଏଥିରୁ ଜଣାପଡୁଛି ଯେ ସମଗ୍ର ହିଂସା ଯୋଜନା ମୁତାବକ କରାଯାଇଛି। ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ତେବେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ରାଷ୍ଟ୍ରପତିଙ୍କ ନିୟମ ଲାଗୁ କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି।

 

Share