Posted inଜାତୀୟ

ମଣିପୁର ହିଂସା: ତୃତୀୟ ଦିନ ଗୃହ ଅଚଳ

ନୂଆଦିଲ୍ଲୀ,୨୫ା୭: ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବିରେ ସୋମବାର ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ପାର୍ଲାମେଣ୍ଟରେ ତୃତୀୟ ଦିନ ପାଇଁ ଅଚଳାବସ୍ଥା ଦେଖାଦେଇଥିଲା। ଏପରିକି ସରକାର ଉକ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଗୃହକୁ ପ୍ରତିଶ୍ରୁତି ଦେବା ସତ୍ତ୍ୱେ ବିରୋଧୀ ହଟ୍ଟଗୋଳରୁ ନିବୃତ୍ତ ହୋଇ ନ ଥିଲେ। ଫଳରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ପ୍ରଥମେ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଲୋକ ସଭାକୁ ମୁଲତବୀ ରଖାଯାଇଥିଲା। ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନବାଜି ଜାରି ରଖିବାରୁ ବାଚସ୍ପତି ଓମ୍‌ ବିର୍ଲା ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟ ସଭାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ମଣିପୁର ପ୍ରସଙ୍ଗ ଏବଂ ଏଏପି ଏମ୍‌ପି ସଞ୍ଜୟ ସିଂଙ୍କୁ ଗୃହରୁ ନିଲମ୍ବନକୁ ନେଇ ହଟ୍ଟଗୋଳ ଜାରି ରହିବାରୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା।
ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ବିରୋଧୀ ଦଳ ନେତାମାନେ ସୋମବାର ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ‘ଇଣ୍ଡିଆ ଫର୍‌ ମଣିପୁର’ ଏବଂ ‘ଇଣ୍ଡିଆ ଡିମାଣ୍ଡସ୍‌ ପିଏମ୍‌ସ୍‌ ଷ୍ଟେଟ୍‌ମେଣ୍ଟ ଅନ୍‌ ମଣିପୁର’ ପ୍ଲାକାର୍ଡ ଓ ବ୍ୟାନର ଧରି ବିରୋଧୀ ଦଳଗୁଡ଼ିକ ପାର୍ଲାମେଣ୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ଲୋଗାନବାଜି ଜାରି ରଖିଥିଲେ। ସେମାନେ ରାତିସାରା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟରେ ବିବୃତି ରଖିବା ହେଉଛି ତାଙ୍କର କର୍ତ୍ତବ୍ୟ ବୋଲି ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଖବରଦାତାମାନଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟରେ ବସି ରହୁଛନ୍ତି। ମଣିପୁରର ବାସ୍ତବ ସ୍ଥିତି ସମ୍ପର୍କରେ ବିବୃତି ଦେବାକୁ ସେ ପାର୍ଲାମେଣ୍ଟକୁ ଆସୁ ନ ଥିବା ଖାର୍ଗେ କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିକୁ ସରକାର ଗ୍ରହଣ କରୁ ନ ଥିବାରୁ ପାର୍ଲାମେଣ୍ଟ ତୃତୀୟ ଦିନ ପାଇଁ ଅଚଳ ରହିଥିବା କଂଗ୍ରେସ କହିଛି। ଗୃହ ଅଚଳ ପାଇଁ ବିରୋଧୀ ଦଳ ଦାୟୀ ନୁହନ୍ତି। ସେମାନେ ମଣିପୁର ଓ ଦେଶର ଜନସାଧାରଣଙ୍କ ଭାବାବେଗକୁ କେବଳ ପ୍ରତିଫଳିତ କରୁଥିବା କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ଅନ୍ୟପକ୍ଷରେ ସରକାର ମଣିପୁର ସ୍ଥିତି ଉପରେ ଲୋକ ସଭାରେ ଆଲୋଚନା ପାଇଁ ଆଗ୍ରହୀ ଥିବାବେଳେ ବିରୋଧୀ କ’ଣ ପାଇଁ ଗୃହକୁ ଅଚଳ କରି ରଖୁଛନ୍ତି ବୋଲି ଶାହା ପ୍ରଶ୍ନ କରିଥିଲେ। ମଣିପୁରରେ କ’ଣ ଘଟିଛି, ତାହା ଉପରେ ଆଲୋଚନା ପାଇଁ ବିରୋଧୀ ନେତାମାନେ ସୁଯୋଗ ଦେବାକୁ ସେ ଅନୁରୋଧ କରିଥିଲେ। ଏହି ପ୍ରସଙ୍ଗରେ ସତ୍ୟତା ଦେଶ ସମ୍ମୁଖକୁ ଆସିବା ଗୁରୁତ୍ୱପୂର୍ଣ୍ଣ ବୋଲି ଶାହା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri