Categories: ଜାତୀୟ

ଭିଡିଓ, ଫଟୋ ଶେୟାର କରୁଥିବା ବ୍ୟକ୍ତିଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ, ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଇମ୍ଫାଲ,୧୨।୧୦: ମଣିପୁରରେ ୫ ମାସରୁ ଅଧିକ ସମୟ ଧରି ହିଂସା ଜାରି ରହିଛି। ଏହି ସମୟରେ ହିଂସା ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଥମେ ମହିଳାଙ୍କୁ ନିବସ୍ତ୍ର କରାଇ ବୁଲାଇବା ଏବଂ ପରେ ଦୁଇଜଣ ମେତେଇ ଯୁବକଙ୍କୁ ଗୁଳି ଚଳାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବର୍ତ୍ତମାନ ହିଂସା ସୃଷ୍ଟି କରୁଥିବା ଭିଡିଓ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟରେ ହିଂସା ଏବଂ କ୍ଷୟକ୍ଷତି ଦର୍ଶାଉଥିବା ଭିଡିଓ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଯିଏ ଏଭଳି ଭିଡିଓ ଶେୟାର କରିବ ତାଙ୍କ ବିରୋଧରେ ମାମଲା ରୁଜୁ ହେବ।

Share