Categories: ଜାତୀୟ

ମଣିପୁର ମନ୍ତ୍ରିମଣ୍ଡଳ ଅଦଳବଦଳ: ବାଦ ପଡ଼ିଲେ ୩ କ୍ୟାବିନେଟ୍‌ ମନ୍ତ୍ରୀ

ଇମ୍ଫାଲ୍‌, ୨୪।୯: ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳରେ ୩ କ୍ୟାବିନେଟ୍‌ ମନ୍ତ୍ରୀ ବାଦ ପଡ଼ିଛନ୍ତି। ଗୁରୁବାର ନୂତନ ମନ୍ତ୍ରିମଣ୍ଡଳ ତାଲିକାକୁ ରାଜ୍ୟପାଳ ନଜ୍‌ମା ହେପତୁଲା ଅନୁମୋଦନ କରିଛନ୍ତି। ବାଦ ପଡ଼ିଥିବା କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମଧ୍ୟରେ କୃଷି ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଭି. ହାଙ୍ଗଖାଲିଆନ୍‌, ସମାଜ କଲ୍ୟାଣ ମନ୍ତ୍ରୀ ନେମଚା କିପ୍‌ଜେନ୍‌ ଏବଂ ଶିକ୍ଷା ଓ ଶ୍ରମ ମନ୍ତ୍ରୀ ରାଧେଶ୍ୟାମ ସିଂ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଭାଜପା ମୁଖ୍ୟ ଏସ୍‌. ଟିକେନ୍ଦ୍ର ସିଂ ନିକଟରେ ଦିଲ୍ଲୀ ଗସ୍ତରେ ଯାଇଥିଲେ। ଏହି ସମୟରେ ଉଭୟ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟିଥିଲେ। ଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍‌ରେ ଅଦଳବଦଳ କରିଛନ୍ତି। କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ବିଦା କରାଯିବା ପରେ ଏବେ ରାଜ୍ୟର ରାଜନୈତିକ ସ୍ଥିତିରେ ଉଷ୍ଣତା ସୃଷ୍ଟି ହୋଇଛି।

Share