Categories: ଜାତୀୟ

ଇସ୍ତଫା ଦେଲେ ମଣିପୁରର ଆଉ ଜଣେ ଭାଜପା ବିଧାୟକ

ଇମ୍ଫାଲ,୨୦।୪: ମଣିପୁରର ଭାଜପା ବିଧାୟକ ପାଓନାମ ବ୍ରୋଜେନ ଗୁରୁବାର ମଣିପୁର ବିକାଶ ସୋସାଇଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଇସ୍ତଫା ଦେଇଛନ୍ତି। ଉତ୍ତର-ପୂର୍ବ ରାଜ୍ୟରୁ ବ୍ରୋଜେନ ହେଉଛନ୍ତି ଦଳର ତୃତୀୟ ବିଧାୟକ, ଯିଏ ୧୫ ଦିନ ମଧ୍ୟରେ ମଣିପୁର ସରକାରଙ୍କ ପ୍ରଶାସନିକ ପଦରୁ ଇସ୍ତଫା ଦେଇଛନ୍ତି। ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ଏବଂ ସେମାନଙ୍କ ଅଭିଯୋଗ ନେଇ ଦଳର ୩ଜଣ ବିଧାୟକ ଦିଲ୍ଲୀରେ ଏବେ ଉପସ୍ଥିତ ଅଛନ୍ତି। ଏହି ୩ଜଣ ବିଧାୟକଙ୍କ କାର୍ଯ୍ୟକଳାପ ପରେ ବିରେନ ସିଂଙ୍କ ନେତୃତ୍ୱାଧୀନ ଭାଜପା ସରକାରରେ ଅସନ୍ତୋଷ ବଢ଼ୁଥିବା ଜଣାପଡ଼ିଛି। ତେବେ ଭାଜପା ବିଧାୟକ ପାଓନାମ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି, ବ୍ୟକ୍ତିଗତ କାରଣରୁ ମୁଁ ମଣିପୁର ବିକାଶ ସୋସାଇଟି ଇମ୍ଫାଲର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛି। ଦୟାକରି ଏହାକୁ ଗ୍ରହଣ କରନ୍ତୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Share