ହିତାଧିକାରୀଙ୍କ ସଂଖ୍ୟାରେ ହେରଫେର

କେନ୍ଦ୍ରାପଡ଼ା ଅଫିସ,୩୦।୮: ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଡ଼କୁ ମୁହଁାଉଛି। ଭିତରକନିକା ଇକୋ ସେନ୍ସିଟିଭ ଜୋନ୍‌ ମିଟିଂ ପ୍ରୋସିଡିଂ, ଆଇଆଇଟି ହାଇଦ୍ରାବାଦର ପରିବେଶ ଓ ସାମାଜିକ ପ୍ରଭାବ ରିପୋର୍ଟ, ଖରସ୍ରୋତା ନଦୀକୁ ଜଣେ ଲୋକଙ୍କୁ ବିକିବା ଆଦି ବିବାଦ ଏବେ ଆସିଛି। ପ୍ରକଳ୍ପ ସ୍ଥାନରେ ଥିବା ସୂଚନା ଫଳକ ଓ ଫର୍ମ ଜେ’ ମଧ୍ୟରେ ତାଳମେଳ ରହୁନାହିଁ। ପାଣି ନେବାକୁ ଥିବା ହିତାଧିକାରୀ ସଂଖ୍ୟାରେ ହେରଫେର କରାଯାଇଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ସଂଗ୍ରାମ ସମିତି ସମ୍ପାଦକ ବିଧାନ ଦାସ କୁହନ୍ତି, ଖରସ୍ରୋତାକୁ ମୃତ ନଦୀ କରିବାକୁ ସରକାରୀ ଯୋଜନା ନିଶ୍ଚିତ ଭାବେ ପଣ୍ଡ ହେବ। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାର ପାଣି ଉଠା ପ୍ରକଳ୍ପ ସ୍ଥାନରେ ଗତ ୧୨ ତାରିଖରେ ସୂଚନା ଫଳକ ଲାଗିଛି। ଭଦ୍ରକ ଜିଲାର ବାସୁଦେବପୁର, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ୯୧ପଞ୍ଚାୟତର ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରକଳ୍ପ ନିର୍ମାଣ ହେଉଥିବା ଦର୍ଶାଯାଇଛି। ଭଦ୍ରକ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ଏଠାରେ ଦର୍ଶାଯାଇଥିବା ହିତାଧିକାରୀଙ୍କ ସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୬,୧୬,୮୨୮ରହିଛି। ଏଥିରେ ସହରାଞ୍ଚଳକୁ ପାନୀୟ ଜଳ ଯୋଗାଣ ନିମନ୍ତେ ସୂଚନା ନାହିଁ। ତେବେ ଏହି ବିଭାଗ ପକ୍ଷର ୪ ବ୍ଲକ ସହ ଭଦ୍ରକ, ବାସୁଦେବପୁର ମ୍ୟୁନିସିପାଲିଟି, ଧାମନଗର, ଚାନ୍ଦବାଲି ଏନ୍‌ଏସିକୁ ଏହି ନଦୀ ଜଳକୁ ଯୋଗାଣ ପାଇଁ ବାଲେଶ୍ୱର ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଅନୁମତି ପାଇଁ ୨୦୧୮ଜୁନ୍‌ ୨୧ରେ ଚିଠି (ନଂ. ୩୧୭୯) ଉଲ୍ଲେଖ କରାଯାଇଛି। ଚିଠିରେ ୪ ବ୍ଲକ ଓ ୪ ସହରାଞ୍ଚଳର ଜନସଂଖ୍ୟା ୨୦୧୧ ଜନଗଣନା ଆଧାରରେ ୬,୩୬,୩୫୬ ଜଣ ବୋଲି ଉଲ୍ଲେଖ କରାଯାଇଛି। ଏହି ଦୃଷ୍ଟିରୁ ୪ ସହରାଞ୍ଚଳରେ ମାତ୍ର ୨୦ ହଜାର ଲୋକ ବସବାସ କରୁଥିବା ଜଣାପଡିଛି। ଲୋକସଂଖ୍ୟାରେ ହେରଫେର କରି ଦୈନିକ ୨୦ ମିଲିୟନ ଲିଟର ବଦଳରେ ୧୫୨ ମିଲିୟନ ଲିଟର ଖରସ୍ରୋତାରୁ ଜଳ ଉଠାଇବାକୁ ଯୋଜନା ରହିଥିବା ସ୍ପଷ୍ଟ ହୋଇଛି। ଏତେ ପରିମାଣରେ ଜଳ ଉଠାଣ ହେଲେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ସାଙ୍ଗକୁ ଚାଷ ଜମିରେ ଲୁଣାପାଣି ମାଡିଯିବ, ଭିତରକନିକା ପରିବେଶ ନଷ୍ଟ ହେବ ବୋଲି ସେ ଅଭିଯୋଗ କରିଛନ୍ତି।
ସେହିପରି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବା ସାମାଜିକ କର୍ମୀ ସଞ୍ଜୟ ବେହୁରା, ଡ. ପ୍ରଦୀପ କୁମାର ତରାଇ, ଆଳୟ କୁମାର ସାମନ୍ତରାୟ, ପ୍ରତାପ ଚନ୍ଦ୍ର ମହାନ୍ତି, ଅଧ୍ୟାପକ କ୍ଷିତୀଶ କୁମାର ସିଂହ କହିଛନ୍ତି, ଇକୋ ସେନ୍ସିଟିଭ ଜୋନ୍‌ ମଧ୍ୟରେ ଥିବା ଏହି ପ୍ରକଳ୍ପକୁ ନେଇ ବହୁବିଧ ଆଇନଗତ ଦିଗର ତର୍ଜମା ଚାଲିଛି। ବରୁଣାଡିହା ମୌଜାରେ ଥିବା ଖରସ୍ରୋତା ନଦୀ ବିକ୍ରିକୁ ସରକାରୀ ଭାବେ ସ୍ବୀକୃତି ମିଳିବା, କ୍ରୟ କରିଥିବା ବ୍ୟକ୍ତି ଆନ୍ଧ୍ରପ୍ରଦେଶର ସେକ୍‌ ହୋସେନ ବାଶାହାଙ୍କ ସମ୍ପତ୍ତି ଉପରେ ସରକାରୀ ଭାବେ ପ୍ରକଳ୍ପ ନିର୍ମାଣ କରିବା, ପ୍ରକଳ୍ପ ପରେ ଭିତରକନିକା ପରିବେଶ ଉପରେ ପ୍ରଭାବ ସମ୍ପର୍କରେ ଆଇଆଇଟି ହାଇଦ୍ରାବାଦର ରିପୋର୍ଟରେ ତଥ୍ୟ ନ ଥିବା, ଅତ୍ୟଧିକ ଜଳ ଉଠାଣ ସ୍ଥାନୀୟ ଅଞ୍ଚଳ ଉପରେ ପ୍ରଭାବ ପକାଇବା, ପ୍ରକଳ୍ପ ସରକାରୀ ଅଥବା ବେସରକାରୀ ଆଦି ପ୍ରଶ୍ନକୁ ନେଇ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ସହ ବିଭିନ୍ନ ନ୍ୟାୟାଳୟରେ ଆସନ୍ତା ବୁଧବାର ସୁଦ୍ଧା ମାମଲା ରୁଜୁ ହେବ। ଅପରପକ୍ଷରେ ଜିଲାପାଳ ଅମୃତ ଋତୁରାଜ ପ୍ରକଳ୍ପ କାର୍ଯ୍ୟ ଚାଲିଛି ଓ ଆଇନଗତ ତର୍ଜମା ହୋଇଥିବା ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri