ଜୀବିକା ପାଇଁ ବିପଦରେ ଜୀବନ

ମହାକାଳପଡ଼ା,୩୦ା୮( ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପ୍ରବାହିତ ନଦୀ, ନାଳ ଓ ଜୋରି ଆଦିରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି। କୁମ୍ଭୀର ସାଧାରଣତଃ ମାଛ, କଙ୍କଡା ଓ ନଦୀରେ ଥିବା ବର୍ଯ୍ୟବସ୍ତୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ଅନେକ ସମୟରେ ନଦୀ, ନାଳ ମଧ୍ୟରେ ଲୋକମାନେ ପ୍ରବେଶ କଲେ କୁମ୍ଭୀର ଆକ୍ରମଣ କରିଥାନ୍ତି। କିଛିଦିନ ପୂର୍ବେ ଛତର ଗ୍ରାମର ମହିଳାମାନେ ନାଳରେ ମାଛ ଧରୁଥିବା ବେଳେ ଏକ ବଉଳା କୁମ୍ଭୀର ଆକ୍ରମଣ କରିଥିଲା। ପରେ ମହିଳା ଜଣକ ଗୁରୁତର ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ସେହିପରି ବ୍ଲକର ରାମନଗର ଓ ପେଟଛେଲ୍ଲା ପଞ୍ଚାୟତର ମହାନଦୀ ଶାଖା ରାମଚଣ୍ଡୀ ଗଳିଆ ନଦୀରେ ଜୀବନ ଜୀବିକା ପାଇଁ କେତେକ ଶବର ସମ୍ପ୍ରଦାୟ ମହିଳାମାନେ ନାଳ ମଧ୍ୟରେ ବେକାଏ ପାଣିରେ ପଶି କୁମ୍ଭୀରମାନଙ୍କୁ ଭୟ ନ କରି ମାଛ, କଙ୍କଡା ଧରୁଥିବା ଦେଖିବାକୁ ମିଳିଛି। ତେବେ ଏହି ନାଳରୁ ପୂର୍ବରୁ କେତେଜଣ ମହିଳା ମାଛ ଧରିବା ସମୟରେ କୁମ୍ଭୀର ଆକ୍ରମଣରେ ଶିକାର ହୋଇଥିବା ନଜିର ରହିଛି। କୌଣସି ସମୟରେ କୁମ୍ଭୀର ଆକ୍ରମଣ ଭୟ ରହିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।
ଏହି ଆଦିବାସୀ ଶବରୀ ମହିଳାମାନଙ୍କର ଆର୍ଥିକ ସମ୍ବଳ ନ ଥିବାରୁ ନାଳରୁ ମାଛ, କଙ୍କଡା ଧରିବା ସହ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ପୂର୍ବରୁ ଏହି ନାଳରେ ପଶି ମାଛ ଧରିବା ସମୟରେ ଜଙ୍ଗଲ ଘେରି ଶବରପଡ଼ାର ହାଣୁଆ ଭକ୍ତା, ଗୋଷ୍ଠ ଭକ୍ତାଙ୍କ ସମେତ ଅନ୍ୟ ମହିଳାମାନେ କିଛିମାସ ପୂର୍ବେ ବଉଳା କୁମ୍ଭୀରଙ୍କ ଆକ୍ରମଣର ଶିକାର ହୋଇ ଚିକିତ୍ସା ହୋଇ ଫେରିଥିଲେ। ଏଠାର ପ୍ରଶ୍ନ ଉଠୁଛି ଏହି ନାଳରେ ପ୍ରବେଶ ପାଇଁ ବନ ବିଭାଗ ପକ୍ଷରୁ ସଚେତନ ଅଭାବ ଯୋଗୁ ଅଣଦେଖା କରାଯାଉଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଶବର ସମ୍ପ୍ରଦାୟ ମହିଳାମାନଙ୍କ ମଧ୍ୟରେ ପାର୍ବତୀ ନାୟକ, ପାର୍ବତୀ ଭକ୍ତା, ସୀତା ଭକ୍ତା, ପୁତୁଲି ନାୟକ, ଗୁଡୁ ଆହାଡି, ରୁବୁନ ଭକ୍ତା, ଛଇଳି ନାୟକ ପ୍ରମୁଖ କହିବା କଥା ଆମର ଅଭାବ ସଂସାର ପରିବାର ଚଳୁଛି। ନଦୀ ନାଳରୁ ମାଛ ଓ କଙ୍କଡା ଧରି ବିକ୍ରିକରି ପରିବାର ଚଳାଇବା ପାଇଁ ପଡୁଛି। କୁମ୍ଭୀର ଆକ୍ରମଣ କଲେ ମଧ୍ୟ ଆମର ଜୀବନ ଜୀବିକା କଥା। ଦିନେ ଘରେ ବସିଲେ କିଏ ଆମ ପରିବାରକୁ ଚଳାଇାବ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ଆମର ଜମି ନାହିଁ। ସରକାରୀ ଜଙ୍ଗଲ ଜମିରେ ବସବାସ କରୁଥିଲେ ମଧ୍ୟ ଆମ ଦୁଃଖ କେବେ ପ୍ରଶାସନ ଶୁଣିବ ବୋଲି ପ୍ରଶ୍ନ କରିଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନାହିଁ, ବାତ୍ୟା ଆସିଲେ ଜୀବନ ଯନ୍ତ୍ରଣା ବଢେ। ଏ ଦୁନିଆରେ କିଏ କାହାର ବୋଲି ଦୁଃଖ ଭରା କଣ୍ଠରେ କେତେଜଣ ଶବରୀ ମହିଳାମାନେ ନିଜ ଦୁଃଖ ବଖାଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା: ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା

ଦିଗପହଣ୍ଡି, ୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଏକ…

୧୬ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି: ବିଭିନ୍ନ ମହଲରୁ ଶୁଭେଚ୍ଛା

କର୍ଲାମୁଣ୍ଡା, ୨୮।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୬ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପଦୋନ୍ନତି ମିଳିଥିବା ଜଣାପଡ଼ିଛି। ଏଥିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୩ ଜଣ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?