ଭୁବନେଶ୍ୱର,୧୮।୧୧ (ଅନୁରାଧା ମହାରଣା): ଦି ଉଇକ-ହନ୍ସା ରିସର୍ଚ୍ଚ ସର୍ଭେ ୨୦୨୫: ବେଷ୍ଟ ହସ୍ପିଟାଲ୍ସ ଇନ୍ ଇଣ୍ଡିଆ ଅନୁସାରେ ଭୁବନେଶ୍ୱରର ଶ୍ରେଷ୍ଠ ମଲ୍ଟି-ସ୍ପେଶିଆଲିଟି ପ୍ରାଇଭେଟ ହସ୍ପିଟାଲ ଭାବେ ମଣିପାଲ ହସ୍ପିଟାଲଙ୍କୁ ସମ୍ମାନିତ କରାଯାଇଛି । ଗତ ୩ ବର୍ଷ ଧରି ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଏହି ପୁରସ୍କାର ହାସଲ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ଉପସ୍ଥିତିରେ ଦିଲ୍ଲୀ ଲୋକ ସଭା ଏମପି ବନସୁରୀ ସ୍ବରାଜ ପୁରସ୍କାର ପ୍ରଦାନ କରିଥିଲେ । ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ମଣିପାଲ ହସ୍ପିଟାଲ କ୍ଲଷ୍ଟର ଡାଇରେକ୍ଟର ସାଉଥ ଇଷ୍ଟ ଡାକ୍ତର ଶକ୍ତିମୟ ମହାପାତ୍ର, ଡାଇରେକ୍ଟର ଅର୍ଥୋପେଡିକ୍ସ ଡା. ସୁନୀଲ ଦାଶ ଏବଂ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର କନସଲଟାଣ୍ଟ ଡାକ୍ତର ହରପ୍ରୀତ କୌର ଏହି ସମ୍ମାନ ଜନକ ପୁରସ୍କାର ଗ୍ରହଣ କରିଥିଲେ । ଏହି ସମ୍ମାନ ଅବସରରେ ମଣିପାଲ ହସ୍ପିଟାଲ ଚେୟାରମ୍ୟାନ, ଡା. ସୁଦର୍ଶନ ବଲ୍ଲାଲ କହିଥିଲେ, ଏହି ସମ୍ମାନ ଆମ ଡାକ୍ତରଙ୍କ ଅଭିଜ୍ଞତା, ନିଷ୍ଠା ଓ କ୍ଲିନିକାଲ ଉତ୍କର୍ଷରେ ଆଧାରିତ । ଜାତୀୟ ସ୍ତରୀୟ ସ୍ବାସ୍ଥ୍ୟସେବା ପ୍ରଦାନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଡା. ଶକ୍ତିମୟ ମହାପାତ୍ର କହିଥିଲେ, ଆମ ସଫଳତାର ରହସ୍ୟ ହେଉଛି ଅଭିଜ୍ଞ ଡାକ୍ତରୀ ଟିମ୍, ଆଧୁନିକ ଜ୍ଞାନ କୌଶଳ ଏବଂ ପ୍ରତ୍ୟେକ ରୋଗୀ ପାଇଁ ଶ୍ରେଷ୍ଠ ଚିକିତ୍ସା ଦେବା ପ୍ରତି ଆମର ନିୟମିତ ଚେଷ୍ଟା ।
Dharitri – The Largest & Most Trusted Odia Daily


