ଅହିରାଜକୁ କାମୁଡ଼ି ଘାଇଲା କଲା ନେଉଳ: ଭିଡିଓ ଦେଖିଲେ…

ସଜନାଗଡ଼,୧୩।୨(ଡି.ଏନ୍‌.ଏ.): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଠାରେ ଏକ ବିରାଟକାୟ ଅହିରାଜ ସାପ ସହିତ ଏକ ନେଉଳର ଘମାଘୋଟ ଲଢ଼େଇ ହୋଇଥିବା ଦେଖାଯାଇଛି। ସାପଙ୍କ ମଧ୍ୟରେ ରାଜା ଅହିରାଜକୁ ଦେଖିଲେ ଯେକେହି ପଛଘୁଞ୍ଚା ଦେବ। ହେଲେ ଏକ ଛୋଟ ନେଉଳ ଶନିବାର ଲଢ଼େଇ କରି ତାକୁ ଘାଇଲା କରି ପକାଇଥିଲା । ସାପଟି ଜୀବନ ବିକଳରେ ଗଛ ଉପରକୁ ଯାଉଥିବା ବେଳେ ନେଉଳଟି ଲାଙ୍ଗୁଡକୁ କାମୁଡି ତଳକୁ ପକାଇ ଦେଉଥିଲା। ସାପଟି ଗୁରୁତର ହୋଇପଡିଥିଲା। ଉକ୍ତ ଅଞ୍ଚଳର ଟୁରିଷ୍ଟ ଗାଇଡ଼ ମନୋରଞ୍ଜନ ଦାସ ଖବର ପାଇ ଅହିରାଜ ସାପଟିକୁ ଉଦ୍ଧାର କରି କୂଳଡିହା ବନବିଭାଗକୁ ହସ୍ତାନ୍ତର କରିଥିଲେ। ସାପକୁ ନୀଳଗିରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିଲା। ସୁସ୍ଥ ହେବା ପରେ ଶନିବାର କୂଳଡିହା ଅଭୟାରଣ୍ୟରକୁ ନେଇ କଳମାଚତୁରି ଠାରେ ଛାଡିଦିଆଯାଇଥିବା ଜଣାପଡ଼ିଛି।