Posted inଫୁରସତ

ଛାତ ଉପରେ ୪୦ ପ୍ରକାର ଆମ୍ବ ଫଳାଇଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କେମିତି ହୋଇଛି ସମ୍ଭବ

ବାଲକୋନି କିମ୍ବା ଛାତରେ ଫୁଲଗଛ ଲଗାଇବା ବହୁତ ଶୁଣିଥିବେ ଦେଖିଥିବେ ମଧ୍ୟ। ମାତ୍ର ଜଣେ ବ୍ୟକ୍ତି ଘରର ଛାତ ଉପରେ ଆମ୍ବ ଫଳାଇଛନ୍ତି ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ଏହା ପୁଣି ଗୋଟିଏ କି ଦୁଇଟା ନୁହେଁ, ଏକା ସାଥୀରେ ୪୦ଟି ଆମ୍ବ ଗଛ ଲଗାଇ ଫଳାଇବାରେ ସଫଳ ହୋଇଛନ୍ତି ଜଣେ ବ୍ୟକ୍ତି।


ଏମିତି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଏର୍ନାକୁଲମର ୬୩ ବର୍ଷୀୟ ଜୋସେଫ୍‌ ଫ୍ରାନ୍‌ସି। ଯଦିଓ ଜୋସେଫ୍‌ ଜଣେ ଏୟାର କଣ୍ଡିଶନର ଟେକ୍ନିସିଆନ, କିନ୍ତୁ ବର୍ତ୍ତମାନ ଲୋକେ ତାଙ୍କୁ ଜଣେ ବୃଦ୍ଧ କୃଷକ ବୋଲି ସମ୍ବୋଧନ କରୁଛନ୍ତି। ଜୋସେଫ୍‌ଙ୍କ ପୂର୍ବପୁରୁଷମାନେ ମଧ୍ୟ କୃଷକ ଥିଲେ। ଜୋସେଫ୍‌ଙ୍କ ଜେଜେମା’ଙ୍କ ଘରେ ଅନେକ ପ୍ରକାରର ଗୋଲାପ ଚାଷ କରିଥିଲେ। ଜୋସେଫ ଜେଜେମାଙ୍କ ଠାରୁ ଏହି ଗଛ ଲଗାଇବା ପ୍ରେରଣା ପାଇଥିଲେ। ନୂତନ ଘରକୁ ଯିବା ପରେ ଜୋସେଫ୍‌ ୨୫୦ ପ୍ରକାରର ଗୋଲାପ ଏବଂ ଛତୁ ଚାଷ କରିଥିଲେ।
ଏହା ପରେ ସେ ଭାବିଲେ, ଯଦି ଏସବୁ ଗଛ ଭଲ ଭାବରେ ବଢ଼ି ପାରୁଛନ୍ତି ତେବେ ଆମ୍ବ ଗଛ କାହିଁକି ବଞ୍ଚିପାରିବନି। ତେଣୁ ସେ ଘରର ଛାତରେ ଗଛ ଲଗାଇବା ପାଇଁ ପିଭିସି ଡ୍ରମ୍‌ କିଣି ଆଣି ଏହାକୁ କାଟି ସେଥିରେ ଆମ୍ବ ଗଛ ଲଗାଇଲେ। ଆଜି ଏହି ଡ୍ରମ୍‌ରେ ଆମ୍ବ ଗଛ ପ୍ରାୟ ୫ରୁ ୯ଫୁଟ ଉଚ୍ଚତାର ହୋଇଛି। ଆଉ ସେଥିରେ ଆମ୍ବ ମଧ୍ୟ ଫଳିଥିବା ଦେଖିବାକୁ ମିଳିଛି।


ଜୋସେଫ୍‌ଙ୍କ ବଗିଚାରେ ଆଲଫୋନସୋ, ମାଲଗୋଭା, ନୀଲମ୍‌, କେଶର ଭଳି ଲୋକପ୍ରିୟ କିସମ ସହିତ ୪୦ରୁ ଅଧିକ ପ୍ରଜାତିର ଆମ୍ବ ଗଛ ରହିଛି। କେବଳ ଏତିକି ନୁହେଁ, ଜୋସେଫ୍‌ ଏକ ନୂତନ ପ୍ରକାରର ଆମ୍ବ ପ୍ରଜାତି ଲଗାଇଛନ୍ତି। ଏହି ଆମ୍ବ ପ୍ରଜାତିର ନାମ ସ୍ତ୍ରୀଙ୍କ ନାମରେ ‘ପାଟ୍ରିସିୟା’ ରଖିଛନ୍ତି। ଜୋସେଫ୍‌ କହିଛନ୍ତି ଯେ, ପାଟ୍ରିସିୟା ସବୁଠାରୁ ମିଠା ଆମ୍ବ।
ଯେକୌଣସି ଗଛର ଯତ୍ନ ନେବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। ଫଳର ନିରାପତ୍ତା, ଠିକ୍‌ ସମୟରେ ଖତଦେବା, ଜଳସେଚନ, ଗଛ କାଟିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜୋସେଫ୍‌ ଏହି ଆମ୍ବ ବିକ୍ରି ପାଇଁ ନୁହେଁ, ସାଙ୍ଗସାଥୀ, ବନ୍ଧୁବାନ୍ଧବ ଏବଂ ପଡ଼ୋଶୀଙ୍କୁ ମାଗଣାରେ ବାଣ୍ଟିବା ପାଇଁ ଲଗାଇଛନ୍ତି। ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri