Categories: ଫୁରସତ

ଆମ୍ବ-ଜାମୁ ବାହାଘର, ଗାଁ ଲୋକେ ପାଲଟିଲେ ବରଯାତ୍ରୀ …

ଆଗ୍ରା,୧୯।୭: ଭାରତୀୟ ସଂସ୍କୃତିରେ ପରିବେଶ ସୁରକ୍ଷା ପ୍ରାଚୀନକାଳରୁ ପ୍ରଚଳିତ। ଦେଶର କେତେକ ଅଞ୍ଚଳରେ ଗୋଟିଏ ଗଛ ସହିତ ଅନ୍ୟ ଗଛର ବିବାହ କରାଯିବା ପରମ୍ପରା ରହିଛି। ଉତ୍ତରପ୍ରଦେଶ ଆଗ୍ରାର କାସଗଞ୍ଜସ୍ଥିତ ପଟିଆଲି ଅଞ୍ଚଳର ବିନପୁର ଗାଁରେ ଆମ୍ବ ଗଛ ସହିତ ଜାମୁ କୋଳି ଗଛର ବିବାହ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଛି। ଗାଁ ଲୋକେ ଖୁସିରେ ନାଚିବା ସହିତ ଆନନ୍ଦରେ ଭୋଜିଭାତ କରିଛନ୍ତି। ଓମ୍‌ ପ୍ରକାଶ ଦ୍ୱିବେଦୀ ତାଙ୍କ ଫଳ ବଗିଚାରେ ଥିବା ଆମ୍ବଗଛ ସହିତ ଜାମୁ ଗଛର ବିବାହ କରାଇଛନ୍ତି। ପଣ୍ଡିତ ଅନୀଲ କୁମାର ମିଶ୍ର ବେଦପାଠ କରିଥିଲେ। ବୈଦିକ ରୀତିରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଗାଁର କିଛି ଲୋକ ବରଯାତ୍ରୀ ପାଲଟି ଥିବାବେଳେ ଅନ୍ୟମାନେ କନ୍ୟାଘରର ସଦସ୍ୟ ପାଲଟି ବିବାହ କରାଇଥିଲେ। ଗାଁରେ ପ୍ରଚଳିତ ପରମ୍ପରା ଅନୁସାରେ ନିଜର କୌଣସି ସନ୍ତାନ ନ ଥିବା ଦମ୍ପତିମାନେ ଆମ୍ବ ଗଛ ସହିତ ଜାମୁଗଛର ବିବାହ କରାଇଥାନ୍ତି। ଆମ୍ବ ଗଛକୁ ପୁରୁଷ ଭାବେ ଗ୍ରହଣ କରାଯାଇ ଏଥିରେ ପ୍ରଥମ ଥର ଫଳ ଆସିବା ପରେ ବିବାହ କରାଯାଇଥାଏ।

Share