ନିଆଁରେ ପୋଡ଼ିଗଲା ଆମ୍ବ ବଗିଚା

ଭେଡେନ,୧୪।୬(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ଥାନା ରୂଷୁଡା ଫାଣ୍ଡି ଅଧୀନ ଗଣ୍ଡତୁରୁମ ଗ୍ରାମରେ ବୁଧବାର ସାରେ ବିଲରେ ଲଗାଯାଇଥିବା ନିଆଁ ଭୟଙ୍କର ରୂପ ନେଇ ବ୍ୟାପକ କ୍ଷୟକ୍ଷତି କରିଛି। ନିଆଁ ବ୍ୟାପିବାରୁ ଗ୍ରାମର ଭୁକୁଲାନନ୍ଦ ଦାଶଙ୍କ ଆମ୍ବ ବଗିଚା ପୋଡ଼ି ପାଉଁଶ ହୋଇଯାଇଛି। ବଗିଚାରେ ବିଭିନ୍ନ ପ୍ରଜାତିର ଆମ୍ବ ଗଛ ଥିଲା। ଚଳିତ ବର୍ଷ ଭଲ ଫସଲ ହୋଇଥିବାରୁ ବେଶ ଦୁଇ ପଇସା ରୋଜଗାର ଆଶା ବାନ୍ଧିଥିବା ଆମ୍ବ ଚାଷୀ ଭୁକୁଲାନନ୍ଦ କ୍ଷୟକ୍ଷତି ଦେଖି ଭାଙ୍ଗି ପଡିଛନ୍ତି। ସେହିପରି ନିଆଁରେ ତାଙ୍କର ଶାଗୁଆନ, ବାଉଁଶ, ଶାଳ, ପିଆଶାଳ ଗଛ ମଧ୍ୟ ପୋଡ଼ି ଯାଇଛି। ଖବରପାଇ ଭେଡେନ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।