Posted inଜାତୀୟ

ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ୍‌

ମାଙ୍ଗାଲୁରୁ,୨୦।୧୧: କର୍ନାଟକ ମାଙ୍ଗାଲୁରୁରେ ଶନିବାର ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଲିଙ୍କ୍‌ ରହିଥିବା ଜଣାପଡିଛି। କର୍ନାଟକ ପୋଲିସ ଡିଜି ପ୍ରବୀଣ ସୁଦ୍‌ ଏହି ସୂଚନା ଦେଇଛନ୍ତି। ବିସ୍ଫୋରଣ ସାଧାରଣ ନ ଥିଲା। ଏଥିରେ ଆତଙ୍କବାଦୀଙ୍କ ଷଡଯନ୍ତ୍ର ରହିଥିବା ପାଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସହିତ କର୍ନାଟକ ପୋଲିସ ଘଟଣାର ତଦନ୍ତ କରୁଥିବା ଡିଜିପି କହିଛନ୍ତି।

ଶନିବାର ସନ୍ଧ୍ୟାରେ ମାଙ୍ଗାଲୁରୁ ରାସ୍ତାରେ ଏକ ଅଟୋରିକ୍ସା ଯାଉଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏଥିରେ ଅଟୋ ଡ୍ରାଇଭରଙ୍କ ସମେତ ଜଣେ ଯାତ୍ରୀ ଆହତ ହୋଇଥିଲେ। ତେବେ ଯାତ୍ରୀଙ୍କ ବ୍ୟାଗରେ ଥିବା ସନ୍ଦେହଜନକ ବସ୍ତୁ ବିସ୍ଫୋରଣର କାରଣ ବୋଲି ଆହତ ଅଟୋ ଡ୍ରାଇଭର କହିଛନ୍ତି। ଅନ୍ୟପକ୍ଷେ ପୋଲିସ ଅଟୋରିକ୍ସାରୁ ବ୍ୟାଟେରୀ ଥିବା ଏକ ପୋଡା ପ୍ରେସର କୁକର୍‌ ଜବତ କରିଛି ।

ଅନ୍ୟପକ୍ଷେ ବିସ୍ଫୋରଣରେ ଆହତ ଶାରିକ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ, ଆହତ ଶାରିକ୍‌ଙ୍କ ସହ ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ଜଣାପଡିଛି। ଏଭଳିସ୍ଥତିରେ ପୋଲିସ ରବିବାର ମିସୁରୁଠାରୁ ୧୩ କି.ମି. ଦୂରରେ ଥିବା ମଦାହଲ୍ଲୀରେ ସେ ରହୁଥିବା ଭଡା ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେତିକିବେଳେ ବୋମା ନିସ୍କିୟକାରୀ ଦଳ ମଧ୍ୟ ଉପସ୍ଥିତ ରହିଥିଲେ। ପୋଲିସ ସୂଚନା ମୁତାବକ, ସେ ଗତ ମାସରେ ମଦାହଲ୍ଲୀକୁ ଆସି ଏକ ଘର ଭଡା ନେଇ ରହୁଥିଲେ। ଏପରି କି ସେ ଘର ମାଲିକଙ୍କୁ ମୋବାଇଲ ମରାମତି ତାଲିମ ନେବାକୁ ଆସିଥିବା କହିଥିଲେ। ଅନ୍ୟପକ୍ଷେ ସେ କୋଏମ୍ବାଟୁରରୁ ଏକ ସିମ୍‌ କିଣିଛନ୍ତି। ହେଲେ ତାଙ୍କ ନାମରେ ଏହି ସିମ୍‌ ନ ଥିବା ଜଣା ଜଣାପଡିଛି। ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri