ଟାଇଗରଙ୍କୁ ଛାଡି ମିଷ୍ଟ୍ରି ମ୍ୟାନଙ୍କ ସହ ନଜର ଆସିଲେ ଦିଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନି ତାଙ୍କ ବୋଲ୍ଡ ଅନ୍ଦାଜ ସହ ଗ୍ଲାମରସ ଲୁକ ଓ ଅଭିନୟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଳେବେଳେ ନିଆଁ ଲଗାଇ ଦେଇଥାଏ । କିଛିଦିନ ପୂର୍ବେ ଶୁଣିବାକୁ ମିଳିଥିଲା କି ଦିଶା ତାଙ୍କ କଥିତ ବୟଫ୍ରେଣ୍ଡ ତଥା ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଅର୍ଥାତ୍ ଏମାନଙ୍କର ବ୍ରେକଅପ୍ ହୋଇଯାଇଛି । ହେଲେ ଏହାକୁ ନେଇ ଏମାନେ କେବେବି କିଛି କମେଣ୍ଟ କରି ନାହାନ୍ତି । ଏମିତିକି ରିଲେଶନକୁ ନେଇ ବି ଏମାନେ କେବେ କିଛି ସ୍ପଷ୍ଟ କରି ନାହାନ୍ତି । ଏବେ କିଛିଦିନ ହେବ ସୋସିଆଲ ମିଡିଆରେ ଦିଶାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଜଣେ ମିଷ୍ଟ୍ରି ମ୍ୟାନଙ୍କ ସହ ନଜର ଆସିଛନ୍ତି । ଆଉ ଏହାକୁ ଦେଖିବା ପରେ ଦର୍ଶକେ ଅନୁମାନ ଲଗାଇଛନ୍ତି କି ଏହି ବ୍ୟକ୍ତିଙ୍କ ପାଇଁ ହୁଏତ ଟାଇଗର ଓ ଦିଶାଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଛି ।
ନିକଟରେ ଦିଶା ସେହି ମିଷ୍ଟ୍ରିମ୍ୟାନଙ୍କ ସହ ବିକିନି ପିନ୍ଧିଥିବା ବେଳେ ନଜର ଆସିଥିଲେ । ଏହି ଭିଡଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଉ ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେବା ଆରମ୍ଭ କରିଛନ୍ତି । କିଏ ଲେଖଇଛି , ଟାଇଗର ଭାଇଙ୍କ ସହ ଧୋକା, ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଟାଇଗର ଅଭି ଜିନ୍ଦା ହୈ । ଆଉ ଜଣେ ଲେଖିଛନ୍ତି ଟାଇଗରଙ୍କ ସହ କଟ ଗୟା କ୍ୟା… ।
ସୂଚନାଯୋଗ୍ୟ, ଦିଶାଙ୍କ ସହ ଯେଉଁ ମିଷ୍ଟ୍ରି ମ୍ୟାନ ନଜର ଆସିଛନ୍ତି ତାଙ୍କ ନାଁ ହେଉଛି ଆଲେକଜାଣ୍ଡର ଏଲେକ୍ସ ଇଲିକ । ସେ ଜଣେ ମଡେଲ ଓ ଅଭିନେତା । ଆଲେକଜାଣ୍ଡର ଏଲେକ୍ସ ଇଲିକ ଇନଷ୍ଟାଗ୍ରାମରେ ଦିଶାଙ୍କ ସହ କିଛି ଭିଡିଓ ଓ ଫଟୋ ଶେୟାର କରିଛନ୍ତି । ଏହାସହ ଦୀପାବଳିରେ ସେ ଟାଇଗରଙ୍କ ସହ ବି କିଛି ଫଟୋ ଉଠାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri