Categories: ଫୁରସତ

ଏକା ସମୟରେ ଦୁଇ ହାତରେ ଅଲଗା ଅଲଗା ଭାଷାରେ ଲେଖିପାରୁଛନ୍ତି ଏହି ଯୁବତୀ: ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟ

ଏକା ସମୟରେ ନିଜର ଦୁଇ ହାତରେ ଅଲଗା ଅଲଗା ଲେଖିପାରୁଛନ୍ତି ଜଣେ ଯୁବତୀ। କର୍ନାଟକର ମାଙ୍ଗାଲୋରର ଜଣେ ୧୬ ବର୍ଷୀୟ ଯୁବତୀଙ୍କ ନିକଟରେ ଏଭଳି ପ୍ରତିଭା ଦେଖିବାକୁ ମିଳିଛି। ଏକ ମିନିଟ୍‌ରେ ପ୍ରାୟ ୪୫ଟି ଶବ୍ଦ ଲେଖିପାରୁଛନ୍ତି ସେ। ଯୁବତୀଜଣଙ୍କ ହେଲେ ଆଦି ସ୍ବରୂପା। ତାଙ୍କ ନାମରେ ଦୁଇଟି ରେକର୍ଡ ରହିଛି। ତେବେ ଦେଖିବାକୁ ସହଜ ଲାଗିଲେ ବି ଏଭଳି କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ।

ମୁଁ ଗୋଟଏ ସମୟରେ ଉଭୟ ହାତରେ ୧ ମିନିଟ୍‌ରେ ୫୫-୬୦ ଶବ୍ଦ ଲେଖିବାକୁ ପ୍ରୟାସ ଜାରି ରଖିଛି। ଏବେ ପୂର୍ବ ବେଗକୁ ବଢ଼ାଇବାକୁ ଚେଷ୍ଟା କରୁଛି। ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟ ରହିଛି। ଏବେ ମୁଁ ଇଂରାଜୀ, କନ୍ନଡ଼ ଭାଷାରେ ଲେଖୁଅଛି ବୋଲି ସେ କୁହନ୍ତି।

ସ୍ବରୂପା କେବେ ସ୍କୁଲ ଯାଆନ୍ତି ନାହିଁ। ହେଲେ ସେ ୨୦୨୧ରେ ହେବାକୁ ଥିବା ଏସ୍‌ଏସ୍‌ଏଲ୍‌ସି ବୋର୍ଡ ପରୀକ୍ଷାରେ ବାହ୍ୟ ପ୍ରାର୍ଥୀ ଭାବେ ଉପସ୍ଥିତି ହେବାକୁ ପ୍ରସ୍ତୁତି ଚଳାଇଛନ୍ତି। ସେ ଗୀତ ଗାଇବା ସହ ମିମିକ୍ରି(ଅନ୍ୟର ନକଲ କରିବା), ରୁବିକ୍‌ କ୍ୟୁବ୍‌ ଆଦି କ୍ଷେତ୍ରରେ ଜାତୀୟ ଓ ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ଆଶା ରଖିଛନ୍ତି। ସୃଜନଶୀଳ ଏବଂ ସୁକ୍ଷ୍ମ କଳାରେ ଅତି କମ୍‌ରେ ୧୦ଟି ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ସେ ଆଶା ରଖିଛନ୍ତି।

କେବଳ ସେତିକି ନୁହେଁ ସ୍ବରୁପାଙ୍କ ମା’ ସୁମଙ୍ଗଳା ସୁମାଦକର ଙ୍କ ସହ ମିଶି ସେ ୨୦୧୮ରେ ଗ୍ରୁପ୍‌ ବର୍ଗରେ ରୁବିକ୍‌ କ୍ୟୁବ ମୋଜେକ୍‌ରେ ସେ ଗିନିଜ ଓ୍ବାଲ୍ଡ ରେକର୍ଡ ସ୍ଥାପନ କରିଛନ୍ତି। ଆସନ୍ତା ୨୦୨୧ସେ ବ୍ୟକ୍ତିଗତ ବର୍ଗରେ ସମାନ ସଫଳତା ପାଇଁ ଚେଷ୍ଟା କରୁଛନ୍ତି। ବିଟ୍‌ବକ୍ସରେ ମଧ୍ୟ ସେ ବିଶ୍ୱ ରେକର୍ଡ କରିବାକୁ ଚାହୁଁଛନ୍ତି।

ତେବେ ପିଲାଟିବେଳୁ ସ୍ବରୂପାଙ୍କ ନିକଟରେ ପ୍ରତିଭା ପ୍ରକାଶ ପାଇଥିଲା। ୨-୩ ବର୍ଷ ବୟସରେ ସେ ଉଭୟ ହାତରେ ଲେଖିବା ଆରମ୍ଭ କରିଥିଲେ। ଆଗାମୀ ଦିନରେ ସେ ଅନେକ ରେକର୍ଡ କରିବା ନେଇ ପରିବାରଲୋକେ ଆଶା ରଖିଛନ୍ତି।

Share