Posted inଫୁରସତ

ଏକା ସମୟରେ ଦୁଇ ହାତରେ ଅଲଗା ଅଲଗା ଭାଷାରେ ଲେଖିପାରୁଛନ୍ତି ଏହି ଯୁବତୀ: ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟ

ଏକା ସମୟରେ ନିଜର ଦୁଇ ହାତରେ ଅଲଗା ଅଲଗା ଲେଖିପାରୁଛନ୍ତି ଜଣେ ଯୁବତୀ। କର୍ନାଟକର ମାଙ୍ଗାଲୋରର ଜଣେ ୧୬ ବର୍ଷୀୟ ଯୁବତୀଙ୍କ ନିକଟରେ ଏଭଳି ପ୍ରତିଭା ଦେଖିବାକୁ ମିଳିଛି। ଏକ ମିନିଟ୍‌ରେ ପ୍ରାୟ ୪୫ଟି ଶବ୍ଦ ଲେଖିପାରୁଛନ୍ତି ସେ। ଯୁବତୀଜଣଙ୍କ ହେଲେ ଆଦି ସ୍ବରୂପା। ତାଙ୍କ ନାମରେ ଦୁଇଟି ରେକର୍ଡ ରହିଛି। ତେବେ ଦେଖିବାକୁ ସହଜ ଲାଗିଲେ ବି ଏଭଳି କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ।

ମୁଁ ଗୋଟଏ ସମୟରେ ଉଭୟ ହାତରେ ୧ ମିନିଟ୍‌ରେ ୫୫-୬୦ ଶବ୍ଦ ଲେଖିବାକୁ ପ୍ରୟାସ ଜାରି ରଖିଛି। ଏବେ ପୂର୍ବ ବେଗକୁ ବଢ଼ାଇବାକୁ ଚେଷ୍ଟା କରୁଛି। ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟ ରହିଛି। ଏବେ ମୁଁ ଇଂରାଜୀ, କନ୍ନଡ଼ ଭାଷାରେ ଲେଖୁଅଛି ବୋଲି ସେ କୁହନ୍ତି।

ସ୍ବରୂପା କେବେ ସ୍କୁଲ ଯାଆନ୍ତି ନାହିଁ। ହେଲେ ସେ ୨୦୨୧ରେ ହେବାକୁ ଥିବା ଏସ୍‌ଏସ୍‌ଏଲ୍‌ସି ବୋର୍ଡ ପରୀକ୍ଷାରେ ବାହ୍ୟ ପ୍ରାର୍ଥୀ ଭାବେ ଉପସ୍ଥିତି ହେବାକୁ ପ୍ରସ୍ତୁତି ଚଳାଇଛନ୍ତି। ସେ ଗୀତ ଗାଇବା ସହ ମିମିକ୍ରି(ଅନ୍ୟର ନକଲ କରିବା), ରୁବିକ୍‌ କ୍ୟୁବ୍‌ ଆଦି କ୍ଷେତ୍ରରେ ଜାତୀୟ ଓ ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ଆଶା ରଖିଛନ୍ତି। ସୃଜନଶୀଳ ଏବଂ ସୁକ୍ଷ୍ମ କଳାରେ ଅତି କମ୍‌ରେ ୧୦ଟି ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ସେ ଆଶା ରଖିଛନ୍ତି।

କେବଳ ସେତିକି ନୁହେଁ ସ୍ବରୁପାଙ୍କ ମା’ ସୁମଙ୍ଗଳା ସୁମାଦକର ଙ୍କ ସହ ମିଶି ସେ ୨୦୧୮ରେ ଗ୍ରୁପ୍‌ ବର୍ଗରେ ରୁବିକ୍‌ କ୍ୟୁବ ମୋଜେକ୍‌ରେ ସେ ଗିନିଜ ଓ୍ବାଲ୍ଡ ରେକର୍ଡ ସ୍ଥାପନ କରିଛନ୍ତି। ଆସନ୍ତା ୨୦୨୧ସେ ବ୍ୟକ୍ତିଗତ ବର୍ଗରେ ସମାନ ସଫଳତା ପାଇଁ ଚେଷ୍ଟା କରୁଛନ୍ତି। ବିଟ୍‌ବକ୍ସରେ ମଧ୍ୟ ସେ ବିଶ୍ୱ ରେକର୍ଡ କରିବାକୁ ଚାହୁଁଛନ୍ତି।

ତେବେ ପିଲାଟିବେଳୁ ସ୍ବରୂପାଙ୍କ ନିକଟରେ ପ୍ରତିଭା ପ୍ରକାଶ ପାଇଥିଲା। ୨-୩ ବର୍ଷ ବୟସରେ ସେ ଉଭୟ ହାତରେ ଲେଖିବା ଆରମ୍ଭ କରିଥିଲେ। ଆଗାମୀ ଦିନରେ ସେ ଅନେକ ରେକର୍ଡ କରିବା ନେଇ ପରିବାରଲୋକେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri