Categories: ଜାତୀୟ

ଡ୍ରାଇଭର ସହ ଯୁକ୍ତିତର୍କ ପରେ ପୁଅକୁ ଗୁଳି କଲେ ବାପା

ମାଙ୍ଗାଲୋର,୬।୧୦: ବାପାଙ୍କ ଗୁଳି ମାଡ଼ରେ ଗୁରୁତର ହୋଇ ଜଣେ ୧୬ ବର୍ଷୀୟ ନାବାଳକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବାପାଙ୍କ ନାମ ରାଜେଶ ପ୍ରଭୁ। ସେ ଏକ ଟ୍ରାନ୍ସପୋର୍ଟ କମ୍ପାନୀର ମାଲିକ।

ମଙ୍ଗଳବାର ଡ୍ରାଇଭର ଓ କ୍ଲିନର ବକେୟା ଟଙ୍କା ମାଗିବା ପାଇଁ ପହଞ୍ଚିଥିଲେ ରାଜେଶଙ୍କ ଅଫିସରେ। ସେଠାରେ ସେମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରାଜେଶ ନିଜ ପିସ୍ତଲରୁ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ। ଦୁର୍ଭାଗ୍ୟବଶତଃ, ଗୋଟିଏ ବୁଲେଟ୍‌ ସୁଧିନ୍ଦ୍ରଙ୍କ ଦେହରେ ବାଜିଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏ ଘଟଣା ସମ୍ପର୍କରେ ଦକ୍ଷିଣ ପୋଲିସ ଥାନାରେ ମାମଲା ରୁଜୁ ହୋଇଥିବା ମାଙ୍ଗାଲୋର କମିଶନର ଶଶି କୁମାର କହିଛନ୍ତି।

Share