ଭାଜପା ଜିଲା ସଭାପତିରୁ ଇସ୍ତଫା ଦେଲେ ମଙ୍ଗଳ ସାହୁ

ଝାରସୁଗୁଡ଼ା ଅଫିସ,୯ା୫: ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା ୩୧ ତାରିଖରେ ହେବାକୁ ଥିବାବେଳେ ଦଳୀୟ ପ୍ରାର୍ଥୀ କିଭଳି ସଫଳତାର ସହ ବିଜୟୀ ହେବେ ଏନେଇ ଭାଜପା ତା’ର ରଣନୀତି ପ୍ରସ୍ତୁତ ଚଳାଇଛି। ଏଭଳି ସ୍ଥିତିରେ ଦଳର ଜିଲା ସଭାପତି ମଙ୍ଗଳ ସାହୁ ନିଜର ଅସନ୍ତୋଷ ବ୍ୟକ୍ତ କରି ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡ଼ିଛି ।

ଏଥିରେ ସେ ଉଲ୍ଲେଖ କରିଛନ୍ତି, ଜିଲାର ଦଳୀୟ ନେତୃବୃନ୍ଦ ମଧ୍ୟରେ ଅନେକ ସମୟରେ ସମନ୍ବୟ ରହୁନାହିଁ। ଫଳରେ ସମସ୍ତଙ୍କୁ ଏକା ସାଙ୍ଗରେ ନେଇ କାମ କରିବା ଅସମ୍ଭବ ହୋଇପଡୁଛି। ସେ ଜିଲା ସଭାପତି ରହିଥିଲେ ମଧ୍ୟ ଦଳରେ ତାଙ୍କୁ ଅନେକ ସମୟରେ ଅଣଦେଖା କରାଯାଉଥିବା ସେ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ଦୀର୍ଘ ୨୫ବର୍ଷ ଦଳର ବିଭିନ୍ନ ପଦପଦବୀରେ ରହି ସେ ଦଳ ପାଇଁ କାମ କରିଆସିଛନ୍ତି । ଏବେ ଆଉ ଦଳର କୌଣସି ପଦପଦବୀରେ ରହି କାମ କରିବେ ନାହିଁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଜିଲା ସଭାପତି ସାହୁ ଚଳିତ ଉପନିର୍ବାଚନରେ ଆଶାୟୀ ପ୍ରାର୍ଥୀ ରହିଥିବାବେଳେ ଦଳର କେନ୍ଦ୍ରୀୟ ଚୟନ କମିଟି ଦଳୀୟ ପ୍ରାର୍ଥୀଭାବେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା କରିଛି। ଏଥିରେ ଜିଲା ସଭାପତି ସାହୁ ଅସନ୍ତୋଷ ବ୍ୟକ୍ତ କରି ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ ନେଲା ୨ ଜୀବନ

ନୟାଗଡ ଅଫିସ,୧୪।୧୦:ନୟାଗଡ ଜିଲା ଦଶପଲ୍ଲା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି। ବର୍ଷା ସହ ବଜ୍ରପାତ ହୋଇଛି। ବୁଧବାର ସକାଳେ ଏଠାର ଡିହଗାଁ ପଂଚାୟତରେ...

ଚିନ୍ତା ବଢ଼ାଇଲାଣି ଲଘୁଚାପ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ସମ୍ଭାବ୍ୟ ଲଘୁଚାପ ଚାଷୀକୁଳ ଚିନ୍ତା ବଢ଼ାଇ ଦେଇଛି। ବିଲରେ ପାଚିଲା ଧାନ ଲହଡି ଭାଙ୍ଗୁଛି। ଗତ ୨ଦିନ ହେବ ଚାଷୀମାନେ ପାଚିଲା ଓ ଦରପାଚିଲା...

ମାଓବାଦୀଙ୍କ ନାମରେ ଠିକାଦାରଙ୍କୁ ୨୫ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ: ନାରାୟଣପାଟଣାରୁ ୩ ନକଲି ମାଓବାଦୀ ଗିରଫ

କୋରାପୁଟ/ନାରାୟଣପାଟଣା,୨୨।୧୦(ସ୍ବ.ପ୍ର/ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ଅଞ୍ଚଳରୁ ମଙ୍ଗଳବାର ୩ ଜଣ ନକଲି ମାଓବାଦୀଙ୍କୁ କରାଯାଇଛି। ନାରାୟଣପାଟଣା ଅଞ୍ଚଳରେ ବହୁ ଠିକାଦାରଙ୍କଠାରୁ ମାଓବାଦୀଙ୍କ ନାମରେ ଅର୍ଥ ଆଦାୟ...

ରଥକାଠ ପୂଜାର୍ଚ୍ଚନା

ପୁରୀ ଅଫିସ,୧୭।୨:ପବିତ୍ର ଶ୍ରୀପଞ୍ଚମୀରେ ମଙ୍ଗଳବାର ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥକାଠ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀନଅର ସମ୍ମୁଖ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଏହି ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି।...

୪ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ: ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ଉତ୍ତର ପୂର୍ବ ବଙ୍ଗୋପସଗର ଏବଂ ଏହାର ଆଖ ପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ଏକ ଟ୍ରପଲାଇନ ରହିଛି। ଏହାର ପ୍ରଭାବରେ ଆସନ୍ତା...

ପ୍ରସ୍ତୁତି ଶେଷ: ନିୟୋଜିତ ହେବେ ୨୨ ହଜାର ପୋଲିଂ କର୍ମଚାରୀ

ଭୁବନେଶ୍ୱର,୨୨ା୩(ବ୍ୟୁରୋ):ଆସନ୍ତା ୨୪ ତାରିଖରେ ୧୦୬ ପୌରସଂସ୍ଥା ଓ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୮ଟାରୁ ଅପରାହ୍ନ ୫ଟା ମଧ୍ୟରେ ଭୋଟଗ୍ରହଣ କରାଯିବ।...

ଏସ୍‌ଡିଆର୍‌ଏଫ୍‌ରୁ ଖର୍ଚ୍ଚ ହେବ ୨୨୦୦ କୋଟି

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ବାତ୍ୟା, ବନ୍ୟା ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସ୍‌ଡିଆର୍‌ଏଫ୍‌)ରୁ ରାଜ୍ୟ ସରକାର ୨୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ସେଥିରୁ ୪୦...

ଶିଡ଼ିରୁ ପଡ଼ି ବାୟୁସେନା ଅଧିକାରୀ ମୃତ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

କାମାକ୍ଷାନଗର, ୧୬।୧୨(ଡି.ଏନ୍‌.ଏ.) କର୍ମସ୍ଥଳରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଭାରତୀୟ ବାୟୁସେନାର ଜୁନିୟର ଓ୍ବାରେଣ୍ଟ ଅଫିସର ଧନେଶ୍ବର ସାହୁଙ୍କ ଶେଷକୃତ୍ୟ ରବିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ...

Advertisement
Archives

Model This Week